Saturday, September 19, 2026
24.2 C
Odisha

    ଗରିବଙ୍କୁ ଲୁଟି ମୋଦୀ ସରକାର ପୁଞ୍ଜିପତିଙ୍କୁ ଦେଉଛନ୍ତି ରିଆତି

    ଆଗକୁ ପଢନ୍ତୁ

    ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଟିକସ ନୀତ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଏନ୍‌ଡିଏ ସରକାରଙ୍କୁ ଘେରିଛନ୍ତି। ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଆଦାୟ କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ସରକାର ନୂଆ ଟିକସ ସ୍ଲାବ ଆଣିବାକୁ ପ୍ରସ୍ତୁତି କରୁଥିବା ରାହୁଲ ଦାବି କରିଛନ୍ତି। ଆବଶ୍ୟକୀୟ ସାମଗ୍ରୀ ଉପରେ ଜିଏସ୍‌ଟି ବଢ଼ାଇବାକୁ ସରକାର ମସୁଧା କରୁଛନ୍ତି। ପୁଞ୍ଜିପତିଙ୍କୁ ରିଆତି ଦେଇ ଗରିବ ଏବଂ ମଧ୍ୟବିତ୍ତଙ୍କୁ ଲୁଟାଯାଉଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଶନିବାର କହିଛନ୍ତି ଯେ ସରକାର କ୍ରମାଗତ ଭାବେ ସାଧାରଣ ଜନତାଙ୍କ ଉପରେ ଟିକସ ବୋଝ ବଢ଼ାଇ ଚାଲିଛନ୍ତି। କିନ୍ତୁ ଶିଳ୍ପପତିଙ୍କୁ ଟିକସରେ ଆଶ୍ବସ୍ତି ଦେଇ ଚାଲିଛନ୍ତି। ଋଣଛାଡ଼ କରୁଛନ୍ତି। କର୍ପୋରେଟ ଟ୍ୟାକ୍ସ ଏବଂ ଆୟକର ମଧ୍ୟରେ ବ୍ୟବଧାନକୁ ଦୃଷ୍ଟିରେ ରଖି ରାହୁଲ ଏହାକୁ ଘୋର ଅନ୍ୟାୟ କହିଛନ୍ତି। ସରକାର ଗବର ସିଂହ ଟ୍ୟାକ୍ସ (ଜିଏସ୍‌ଟି) ନାମରେ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଉପାର୍ଜିତ ଧନକୁ ନିଶାଣ କରୁଛନ୍ତି। ଏଭଳି ଅନ୍ୟାୟକୁ କଂଗ୍ରେସ ସହିବ ନାହିଁ। ଏହା ବିରୋଧରେ ଦୃଢ଼ତାର ସହ ସ୍ବର ଉତ୍ତୋଳନ କରାଯିବ। ଏହି ଲୁଟ୍‌କୁ ବନ୍ଦ କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    90 %
    1.5kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ