Saturday, October 10, 2026
27.9 C
Odisha

    ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ

    ଆଗକୁ ପଢନ୍ତୁ

    ବ୍ୟବସାୟୀମାନେ କେବଳ ଜିନିଷ ବିକ୍ରି କରନ୍ତି ନାହିଁ। ସେମାନେ ବି ସେହି ଜିନିଷ କିଣନ୍ତି। ସେଥିପାଇଁ ଦୁଇ ହଜାର ଟଙ୍କା ନୁହେଁ, ଏକକାଳୀନ ଅଧିକ ପେମେଣ୍ଟ କରନ୍ତି। ‌ସେହି payment ଉପରେ ଯେଉଁ ଶୁଳ୍କ ଲାଗିବ, ସେ କଥା ତ ସରକାର ବିଚାରକୁ ନେଇନାହାନ୍ତି। ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ସରକାର ୦.୪ ପ୍ରତିଶତ ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଘୋଷଣା କରିବା ପରେ ଜଣେ ବ୍ୟବସାୟୀ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।

    • ନଗଦ କାରବାର କରିବେ କି ଲୋକ
    • ୟୁପିଆଇ ଉପରେ ଶୁଳ୍କ ଘୋଷଣା ପରେ ରାଜ୍ୟର ପ୍ରାୟ ୩୨ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଚିନ୍ତିତ ହୋଇପଡ଼ିଛନ୍ତି। ଏକ ଆକଳନ ଅନୁସାରେ ରାଜ୍ୟର ଛୋଟ ଦୋକାନଗୁଡ଼ିକରେ ମୋଟ୍‌ ପେମେଣ୍ଟର ପ୍ରାୟ ୭୨-୭୬ ପ୍ରତିଶତ ହେଉଛି ୟୁପିଆଇ ପେମେଣ୍ଟ। ଅବଶିଷ୍ଟ କାରବାର ନଗଦ ରାଶିରେ ହେଉଛି। ସେହି ୭୨-୭୬ ପ୍ରତିଶତ ୟୁପିଆଇ ପେମେଣ୍ଟରୁ ପ୍ରାୟ ୫୦-୬୦ ପ୍ରତିଶତ ପେମେଣ୍ଟର ମୂଲ୍ୟ ୨୦୦୦ ଟଙ୍କାରୁ କମ୍‌ ରହୁଛି। କିନ୍ତୁ ଅନ୍ୟ ୧୬-୨୨ ପ୍ରତିଶତ ପେମେଣ୍ଟର ମୂଲ୍ୟ ୨୦୦୦ ଟଙ୍କାରୁ ଅଧିକ ରହୁଛି। ତାହା ଉପରେ ଟିକସ ଲାଗିବା ଦ୍ବାରା ବ୍ୟବସାୟୀମାନଙ୍କ ଲାଭ ପ୍ରଭାବିତ ହେବା ଆଶଙ୍କା ରହିଛି। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ତଥ୍ୟ ଅନୁସାରେ, ୨୦୨୬ ଜୁଲାଇ ମାସରେ ରାଜ୍ୟରେ ୪୦,୧୩୩ କୋଟି ଟଙ୍କାର ୟୁପିଆଇ କାରବାର ହୋଇଥିଲା। ସେହି ମାସରେ ୩୦.୮୬ କୋଟିରୁ ଅଧିକ ଥର ୟୁପିଆଇ ପେମେଣ୍ଟ ହୋଇଥିଲା। ସେହି ହିସାବ ଅନୁସାରେ ମାସିକ ୧୬୦୫.୩୨ କୋଟି ଟଙ୍କା ଓ ବର୍ଷକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ୟୁପିଆଇ କାରବାର ଉପରେ ଶୁଳ୍କ ଲାଗିବା ବିପଦ ରହିଛି। ୦.୪ ପ୍ରତିଶତ ଅନୁସାରେ ସେହି ପେମେଣ୍ଟରୁ ବର୍ଷକୁ ସର୍ବାଧିକ ୮୦ କୋଟି ଟଙ୍କାର ଶୁଳ୍କ ସଂଗ୍ରହ ହୋଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ