Wednesday, June 19, 2024
26.9 C
Odisha

    ଗାଁରୁ କଲେ ତଡିପାର, ଅପରାଜିତା ଏବଂ ପ୍ରଶାନ୍ତ ଜଗଦେବଙ୍କୁ ତୀବ୍ର ବିରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଖୋର୍ଦ୍ଧାରେ ପୁଣି ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ । ଗାଁରୁ କଲେ ତଡିପାର । ଏପରି ଦୃଶ୍ଯ ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଛଣଗିରି ଗାଁରେ । ପ୍ରଚାରବେଳେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ । ପଚାରିଲେ ଅଞ୍ଚଳର ବିକାଶ ପାଇଁ ୫ ବର୍ଷ ଭିତରେ କରିଛ କଣ ? ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ କରି ପଳାଇଲେ ଅପରାଜିତା ଓ ପ୍ରଶାନ୍ତ । ଏପରିକି ଅପମାନିତ ହେବା ପରେ ଦୃଶ୍ଯ ଭାଇରାଲ ହେବା ଭୟରେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଗଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୨୨ ମସିହାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। ଗାଡ଼ି ଧକ୍କାରେ ପୋଲିସଙ୍କ ସମେତ ୨୦ଜଣ ବିଜେପି ନେତା ଓ କର୍ମୀ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଅନ୍ଯପଟେ ଖୋର୍ଦ୍ଧାରେ ବିଧାନସଭା ଆସନ ପ୍ରାର୍ଥିତ୍ବ ହାସଲ ପାଇଁ ଗତ କିଛି ଦିନ ହେଲା ବିଜେପି ଦୁଇ ଫାଳ ହୋଇଯାଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ପ୍ରାର୍ଥୀ ଅପରାଜିତା ପ୍ରମୋଟ କରୁଥିବାରୁ ଏହାର ତୀବ୍ର ବିରୋଧ କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    76 %
    1.2kmh
    100 %
    Wed
    38 °
    Thu
    37 °
    Fri
    34 °
    Sat
    36 °
    Sun
    32 °

    ସମ୍ବନ୍ଧିତ