Thursday, April 2, 2026
28.9 C
Odisha

    ଗିରଫ ହେଲେ ତପି ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଗିରଫ ହେଲେ ତପି ମିଶ୍ର । ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ଦ୍ୱାରସ୍ଥ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅରିନ୍ଦମ ରାୟଙ୍କ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡ଼ିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଙ୍କ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ଅନ୍ୟପଟେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତା ତଥା ୟୁଟୁବର ତପି ମିଶ୍ର । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ‘ମୋତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି’ କହି ବିବାଦରେ ଫସିଥିଲେ । ତପିଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ତେବେ ବନସ୍ମିତା ପତି ୧୭ ତାରିଖରେ ଇନଫୋସିଟି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ।ଆଜି ସନ୍ଧ୍ୟାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ