Wednesday, March 4, 2026
34.8 C
Odisha

    ଗୋଟିଏ ଦିନରେ ଜଣେ ବ୍ୟକ୍ତି କେତେଥର ନିଶ୍ବାସ ଛାଡେ?

    ଆଗକୁ ପଢନ୍ତୁ

    ଜୀବଜଗତ ପାଇଁ ମୁଖ୍ୟତଃ ନିଶ୍ବାସର ଆବଶ୍ୟକତା ରହିଥାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ଆମେ ସମସ୍ତେ ପ୍ରତିଦିନର ଏକ ଅଂଶ ହୋଇଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଜଣେ ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ କେତେ ଥର ନିଶ୍ୱାସ ପ୍ରଶ୍ୱାସ ନିଏ? ତେବେ ନିଶ୍ୱାସ ନେବା ଆମ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ବିନା ଜୀବନ ବଞ୍ଚିବା ଅସମ୍ଭବ ଅଟେ । ଯେତେବେଳେ ଆମେ ନିଶ୍ୱାସ ନେଉ ଆମେ ଆମ ଶରୀରକୁ ଅମ୍ଳଜାନ ଦେଇଥାଉ । ଏହା ମାଧ୍ୟମରେ ଶକ୍ତି ଉତ୍ପନ୍ନ ହୁଏ । ଜଣେ ବ୍ୟକ୍ତିର ଶ୍ୱାସର ଗତି ତାଙ୍କ ବୟସ, ସ୍ୱାସ୍ଥ୍ୟ ଏବଂ ଶାରୀରିକ ପ୍ରକୃତି ଉପରେ ନିର୍ଭର କରିଥାଏ । ଜଣେ ସୁସ୍ଥ ବୟସ୍କ ପ୍ରତି ମିନିଟରେ 12 ରୁ 20 ଥର ନିଶ୍ୱାସ ପ୍ରଶ୍ୱାସ ନେଇଥାଏ । ଅର୍ଥାତ୍ 24 ଘଣ୍ଟାରେ ପ୍ରାୟ 17 ହଜାରରୁ 28ହଜାର 800 ନିଶ୍ବାସ ନେଇଥାଏ । ଯଦିଓ ଗଣନା କରିବା ଏତେ ସହଜ ନୁହେଁ କିନ୍ତୁ ଏହି ଆକଳନ ହାରାହାରି ଆଧାରରେ ଗଣନା କରାଯାଇଥାଏ ।

    ଏହି ସଂଖ୍ୟା ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ । କିନ୍ତୁ ଯେତେବେଳେ କୌଣସି ବ୍ୟକ୍ତିର ସ୍ବାସ୍ଥ୍ୟ କିମ୍ବା ଶାରୀରିକ ସମସ୍ୟା ରହିଥାଏ ତାହେଲେ ଏହି ନମ୍ବରରେ ପରିବର୍ତ୍ତନ ହୋଇଥାଏ । ଏହା ସତ୍ତ୍ୱେ ଶାରୀରିକ ସୁସ୍ଥତା ପାଇଁ ଶ୍ବାସକ୍ରିୟା ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଏହାର ମହତ୍ତ୍ୱ ବୁଝିବାର ମଧ୍ୟ ଆବଶ୍ୟକତା ରହିଛି । ତେଣୁ ମାନବ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ନିୟମିତ ବ୍ୟାୟାମ ସହିତ ସଠିକ୍ ଏବଂ ସୁସ୍ଥ ଢଙ୍ଗରେ ଶ୍ୱାସକ୍ରିୟା ପ୍ରକ୍ରିୟା ଜାରି ରଖିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଶ୍ୱାସ ପ୍ରଶ୍ୱାସ ଏବଂ ନିର୍ମଳ ବାୟୁ ଜାଣିବା ଆମର ଶାରୀରିକ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତ୍ୟେତ ବ୍ୟକ୍ତିକୁ ସଚେତନ ହେବାକୁ ଚେଷ୍ଟା କରିବା ଉଚିତ ଯାହା ଦ୍ବାରା ଜଣେ ସୁସ୍ଥ ଏବଂ ସୁଖମୟ ଜୀବନ ବିତାଇ ପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    11 %
    3.5kmh
    3 %
    Wed
    34 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ