Thursday, March 5, 2026
35.6 C
Odisha

    ଚୁମ୍ବନ କେତେ ପ୍ରକାରର ଏବଂ କେଉଁ ଚୁମ୍ବନ ଜୀବନ ଉପରେ କି ପ୍ରଭାବ ପକାଇ ଥାଏ

    ଆଗକୁ ପଢନ୍ତୁ

    ଚୁମ୍ବନ ମଣିଷର ମନର ଭାବକୁ ପ୍ରକାଶ କରିବାର ଗୋଟିଏ ମାଧ୍ୟମ ଅଟେ, ଯେପରିକି ମଥାରେ ଚୁମ୍ବନକୁ ନନସେକ୍ସୁଆଲ କିସ କୁହାଯାଏl ବିଭିନ୍ନ ଦେଶରେ ଚୁମ୍ବନର ଅର୍ଥ ଅଲଗା ଅଲଗା l କିଛିଟା ଦେଶରେ ଚୁମ୍ବନ ଦ୍ୱାରା ମଧ୍ୟ ଅଭିବାଦନ କରାଯାଇଥାଏ l ଚୁମ୍ବନ ପ୍ରେମ ସମ୍ଭାଷଣର ମାଧ୍ୟମ ବୋଲି କୁହାଯାଏ। ଚୁମ୍ୱନ ଦ୍ୱାରା କାହାକୁ ଆଦର ମଧ୍ୟ ଦେଖା ଯାଇଥାଏ। ଚୁମ୍ବନ ଦ୍ୱାରା ଅନ୍ୟ ପ୍ରତି ଯତ୍ନ ମଧ୍ୟ ଜାହିର କରାଯାଏ l ବିଶେଷ ଭାବରେ ଚୁମ୍ବନ ଅନେକ ପ୍ରକାରର ରହିଥାଏ ଆସନ୍ତୁ ଜାଣିବା :-

    ନନ ରୋମାଣ୍ଟିକ କିସ
    କାହାକୁ ସ୍ୱାଗତ ଜଣାଇବା ପାଇଁ ଯେଉଁ ଚୁମ୍ବନ ଦିଆଯାଇ ଥାଏ ତାହାକୁ ନନ ରୋମାଣ୍ଟିକ କିସ କୁହାଯାଏ, ଏହି ପ୍ରକାର ଚୁମ୍ବନକୁ ମଥା ଉପରେ କିମ୍ବା ଗାଲରେ କରାଯାଇଥାଏ l ଏହି ସମୟରେ ବୟସ, ସମ୍ପର୍କ, ସଂସ୍କୃତି ଆଦିର ଧ୍ୟାନ ରଖାଯାଇ ଥାଏ l ଆମେରିକା ଓ ୟୁକେ ପ୍ରଭୃତି ଦେଶରେ ଏଭଳି କିସ କରାଯାଇ ଥାଏ l କିନ୍ତୁ ଏଭଳି ଚୁମ୍ବନ ଭାରତ ଭଳି ସଂସ୍କୃତି ପୂର୍ଣ୍ଣ ଦେଶରେ ଗ୍ରହଣୀୟ ନୁହେଁ l

    ନନ ସେକ୍ସୁଆଲ କିସ
    ଏଭଳି ଚୁମ୍ବନ ବିଶେଷ ଭାବରେ ପ୍ରେମ ଦେଖାଇବା ପାଇଁ କରାଯାଇଥାଏ l ଏହା ଯେକୌଣସି ଲୋକର ମଥାରେ ମଧ୍ୟ କରାଯାଇଥାଏ l ଅନେକ କ୍ଷେତ୍ରରେ ଏହାକୁ ଯତ୍ନ ଦେଖାଇବାର କିସ ମଧ୍ୟ କୁହାଯାଇଥାଏ l ଏହାଛଡା ଏଭଳି ଚୁମ୍ବନ ମଧ୍ୟ ଶତ୍ରୁତା ଦୂର କରିବାରେ ସାହାଯ୍ୟ କରିଥାଏ l

    ଫର୍ମାଳ କିସ –
    ଫର୍ମାଳ କିସ ନିଜ ନାମ ଅନୁସାରେ ଫର୍ମାଳ ଅଟେ, ଏହି ଚୁମ୍ବନ ବ୍ରିଟିଶ ଅମଳର କିସ ଅଟେ l କାହାକୁ ସମ୍ଭାଷଣ କରିବା ସମୟରେ ଏହି ଚୁମ୍ବନ କରାଯାଇଥାଏ l ଏଭଳି ଚୁମ୍ବନ  ସମ୍ପର୍କକୁ ବନ୍ଧୁତା ପୁର୍ଣ କରିଥାଏ l

    କେୟାର କରୁଥିବା କିସ
    ଯଦି କୌଣସି ବ୍ୟକ୍ତିର ଦୁଃଖ ସମୟରେ ମଥା ଓ ମୁଣ୍ଡ ଉପରେ କିସ କରାଯାଏ ତେବେ ଏହାକୁ କେୟାର କିସ କୁହାଯାଏ l ଏଭଳି କିସ କରିବା ଦ୍ୱାରା ବ୍ୟକ୍ତି  ମନରେ ଆତ୍ମବିଶ୍ୱାସ ଭରିଥାଏ ଏବଂ ଜୀବନ ରେ ଅସୁବିଧା ସମୟରେ ମନକୁ ସାନ୍ତ୍ୱନା ମିଳିଥାଏ l

    ଏରୋଟିକ କିସ
    ଏରୋଟିକ କିସ ବିଶେଷ ଭାବରେ ସେକ୍ସୁଆଲ ପିସ କୁ ବୁଝାଇଥାଏ l ଏହି ପ୍ରକାରର କିସ ଅନେକ ପ୍ରକାରର ରହିଥାଏ l ଯେପରିକି ଫ୍ରେଞ୍ଚ କିସ, ଏସକିମୋ କିସ, ପେକ କିସ, ନେକ କିସ ଇତ୍ୟାଦିକୁ ରୋମାଣ୍ଟିକ କିସ ବୋଲି କୁହାଯାଏ l  ଏହା କପୁଲଙ୍କ ମଧ୍ୟରେ ନିବିଡ଼ତା ଓ ଆକର୍ଷଣ ବଢ଼ାଇ ଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    10 %
    4.2kmh
    3 %
    Thu
    34 °
    Fri
    37 °
    Sat
    38 °
    Sun
    38 °
    Mon
    38 °

    ସମ୍ବନ୍ଧିତ