Sunday, August 23, 2026
25.3 C
Odisha

    ପୁରୀ ଆକାଶରେ ଅଲୌକିକ ଦୃଶ୍ୟ, ଗୋଲାପୀ ହୋଇଗଲା ଆକାଶର ରଙ୍ଗ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଆକାଶରେ ଆଜି ଦେଖିବାକୁ ମିଳିଛି ଅଲୌକିକ ଦୃଶ୍ୟ । ଗୋଲାପୀ ହୋଇଗଲା ଆକାଶର ରଙ୍ଗ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଲାପୀ ଆକାଶ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ପୂର୍ବରୁ ମଧ୍ୟ ଆକାଶରଏଭଳି ରଙ୍ଗ ପରିବର୍ତ୍ତନ ଅନେକ ବାର ଦେଖାଦେଇଛି । କିନ୍ତୁ ହଠାତ ଆକାଶର ରଙ୍ଗ ଗୋଲାପୀ ହୋଇଯିବା ସମସ୍ତଙ୍କୁ ଅଭିଭୂତ କରିଛି । ସାଧାରଣତଃ ମଧ୍ୟାହ୍ନରେ ତେଜିଆନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଅନେକ ଥର ଦେଖାଯାଇଛି । ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । କେହି କେହି ଏହାକୁ ଭଗବାନଙ୍କ ଲୀଳା ବୋଲି କହୁଥିବା ବେଳେ କେହି ଏହାକୁ ବିଜ୍ଞାନ କାରଣ ସହ ଯୋଡ଼ିଛନ୍ତି । ଆକାଶର ଗୋଲାପୀ ରଙ୍ଗ ପରିବର୍ତ୍ତନ ପଛରେ ରହିଛି ବୈଜ୍ଞାନିକ କାରଣ । ରେଲି ସ୍କେଟରିଂ ବା ଆଲୋକ ଓ ବିକିରଣ ପାଇଁ ଏପରି ହୋଇଥାଏ । ଆଲୋକର ବିକିରଣ ପ୍ରକ୍ରିୟାରେ ଯେତେବେଳେ ସୂର୍ଯ୍ୟଙ୍କ ଆଲୋକ ସୂର୍ଯ୍ୟରୁ ବାହାରି ବାୟୁମଣ୍ଡଳର ପ୍ରବେଶ କରେ ସେତେବେଳେ ଏହା ଧୂଳି, ମାଟି ଓ କଣିକାମାନଙ୍କ ସହ ପିଟି ହୋଇ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.3 ° C
    25.3 °
    25.3 °
    95 %
    0.8kmh
    100 %
    Sun
    25 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ