Thursday, October 8, 2026
22.7 C
Odisha

    ଏଥର ଅକ୍ଷୟ ତୃତୀୟାରେ ଗୋଟିଏ ନୁହେଁ ୫ଟି ମହାସଂଯୋଗ

    ଆଗକୁ ପଢନ୍ତୁ

    ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ଓ ପବିତ୍ର ଦିନ ବୋଲି ମାନ୍ୟତା ରହିଛି। ପ୍ରତ୍ୟେକ ବର୍ଷ ଏହା ବୈଶାଖ ମାସ ଶୁକ୍ଳପକ୍ଷ ତିଥିରେ ପାଳନ କରାଯାଏ। ଏହି ଦିନରେ ବିନା କୌଣସି ମୁହୂର୍ତ୍ତରେ ପ୍ରତ୍ୟେକ ଶୁଭ କାର୍ଯ୍ୟ କରି ପାରିବେ। ଅକ୍ଷୟର ଅର୍ଥ କଦାପି ଶେଷ ନହେବା। ମାନ୍ୟତା ଅନୁସାରେ ଏହି ଦିନ କରାଯାଉଥିବା ପ୍ରତ୍ୟେକ ଶୁଭ କାମ ଯେପରି ଦାନ, ପୂଜା ଓ ଟଙ୍କା ନିବେଶ କଲେ ଅତ୍ୟନ୍ତ ଶୁଭଫଳ ସହ ସଫଳତା ମିଳିଥାଏ।
    ଚଳିତ ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୧୯ରେ ପାଳନ କରାଯାଉଛି। ଏହି ପର୍ବ ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ତିଥିରେ ହିଁ ପାଳନ କରାଯାଏ। ଏହି ଦିନ ସୁନା ଓ ରୁପା କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି।
    ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ଅକ୍ଷୟ ତୃତୀୟା ଦିନ ଗୁରୁ-ଚନ୍ଦ୍ରମା ଗୋଟିଏ ରାଶିରେ ରହିବେ, ଫଳରେ ଗଜକେସରୀ ରାଜଯୋଗ ହେବ। ଏହାସହ ଏହି ଦିନ ତ୍ରିପୁଷ୍କର ରାଜଯୋଗ, ଆୟୁଷ୍ମାନ ରାଜଯୋଗ, ମାଲବ୍ୟ ରାଜଯୋଗ ଓ ଶଶ ରାଜଯୋଗା ନିର୍ମାଣ ହେବ। ଏସବୁ ରାଜଯୋଗ ଫଳରେ କିଛି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ..

    ମେଷ- ଅକ୍ଷୟ ତୃତୀୟା ଆପଣଙ୍କ ପାଇଁ ଶୁଭ ସଙ୍କେତ ନେଇ ଆସିପାରେ। ଭୂମି ଓ ସମ୍ପତ୍ତି ସହ ଜଡିତ ମାମଲାରେ ଅନେକ ଶୁଭଫଳ ମିଳିବ। ଚାକିରି ଓ କର୍ମକ୍ଷେତ୍ରରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମୟ ଶୁଭଙ୍କର।

    ବୃଷ- ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପୂର୍ବରୁ ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବା ସହ ଧନ ମଧ୍ୟ ମିଳିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଚିନ୍ତା ଦୂର ହେବ। ଟଙ୍କା ନିବେଶ ପାଇଁ ଯଦି ଚିନ୍ତା କରୁଛନ୍ତି, ତେବେ ସମୟ ବେଶ ଶୁଭଙ୍କର। ପରିଚୟ ଓ ମାନସମ୍ମାନ ବୃଦ୍ଧି ହେବ।

    ସିଂହ- ଏହି ରାଶିଙ୍କ ପାଇଁ ଖୁସି ସମୟ ଆସୁଛି। ଶୁଭ ଖବର ମିଳିବ। ଦୀର୍ଘ ଦିନରୁ ଥିବା ଇଚ୍ଛା ପୂରଣ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ। ପରିବାର ସହ ସୁଖମୟ ସମୟ ଅତିବାହିତ କରିବେ।

    ବିଛା- ଏହି ସମୟ ଅନୁକୂଳ ରହିବ। ଭାଗ୍ୟର ସାଥ୍ ମିଳିବ। ପରିବାରରେ ହସଖୁସିର ବାତାବରଣ ମିଳିବ। ବ୍ୟବସାୟୀଙ୍କୁ ସଫଳତା ସହ ହଠାତ୍ ବଡ ଲାଭ ମିଳିବ।

    ମୀନ- ଅଟକି ଥିବା କାମ ପୂରଣ ହେବ। ମାନସିକ ଭାବେ ନିଜକୁ ମଜଭୁତ ଅନୁଭବ କରିବେ। ହଠାତ୍ ଧନ ଲାଭର ଯୋଗ ରହିଛି। ନୂଆ କାମ ଆରମ୍ଭ କରିବାକୁ ଇଚ୍ଛୁକ ଥିଲେ, ସମୟ ଶୁଭଙ୍କର ଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ