Sunday, February 9, 2025
20.4 C
Odisha

    ‘ଜିନତ୍‌’ ପଳାଇଲା ପଶ୍ଚିମବଙ୍ଗ

    ଆଗକୁ ପଢନ୍ତୁ

    ବାରିପଦା : ଶେଷରେ ଆଶଙ୍କା ସତ ହେଲା ‘ଜିନତ୍‌’ ଶିମିପାଳକୁ ଫେରିବା ପରିବର୍ତ୍ତେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି ।“ଶୁକ୍ରବାର ସକାଳେ ଝାଡଗ୍ରାମର ବେଲପାହାଡି ରେଞ୍ଜରେ ଜିନତକୁ ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲରେ ରହିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଡିସେମ୍ୱର ୧୦ ତାରିଖରୁ ଶିମିଳିପାଳ ଛାଡି ଝାଡଖଣ୍ଡ ପଳାଇଥିବା ‘ଜିନତ୍‌’ ୧୭ତାରିଖରେ ଶେଷଥର ପାଇଁ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷି ଶିକାର କରି ଖାଇଥିଲା । ହାତୀପଲ ଭୟରେ ସ୍ଥାନ ପରିବର୍ତ୍ତନ କରି ପୁରୁଣାପାଣି-ମହୁଲବେଟ୍ ଜଙ୍ଗଲକୁ ପଳାଇଥିଲା । ସେଠାରୁ ୧୯ ତାରିଖରେ ଚିରଚିରା-ଚିକିଲିଗଡ-ଗିଦ୍ଧିନି-ପରିହାତୀ-ଦୁବରାଜପୁର ସିଲଦା ଦେଇ ବେଲପାହାଡି ଯାଇଥିବା ଜଣାପଡିଛି । ଗୋଟିଏ ଦିନରେ ୨୬ କିମି ପାର ହୋଇଥିବା ଜଣାପଡିଛି । ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି । ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାନ୍ତି । ବାଘୁଣୀ ଜିନତ୍ (ଟି୧୬୩ ଏସ୧ଏଫ)କୁ ଶିମିଳିପାଳରେ ମହାବଳ ବାଘବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରର ତଡବା ଅଭୟାରଣ୍ୟରୁ ନଭେମ୍ୱର ୧୪ରେ ଶିମିଳିପାଳକୁ ଅଣାଯାଇ ନଭେମ୍ୱର ୧୫ ସକାଳେ ଚହଲା ନିକଟ ଏକ ସଫ୍ଟ ଏନକ୍ଲୋଜରରେ ରଖାଯାଇଥିଲା । ସେଠାରେ ବାଘୁଣୀ ୩ଟି ବାର୍‌ହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ୱର ୨୪ ରାତିରେ ଜଙ୍ଗଲରେ ଛଡାଯାଇଥିଲା । ଟ୍ରାପ ଚିପ୍ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନତ୍ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ୱାସ୍ଥ୍ୟବସ୍ଥା ୨୪ ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଥିଲେ; ହେଲେ ୮ ତାରିଖରେ ପାହାଡ ପରେ ପାହାଡ ଡେଇଁ ସେ ଝାଡଖଣ୍ଡରେ ପ୍ରବେଶ କରିଥିଲା । ଜନବସତି ମୁହାଁ ହେଲେ ଏସଓପି ଅନୁସାରେ ତୁରନ୍ତ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ନେଇ ଜିନତକୁ ନୀରିକ୍ଷଣ କରୁଥିବା ଟିମ ସଜାଗ ରହିଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକଙ୍କ ସହ ତିନି ଅଧିକାରୀ ସମେତ ୧୫ଜଣ କର୍ମଚାରୀ ସାମଗ୍ରୀ ଓ ସ୍ୱତନ୍ତ୍ର ଯାନ ସହିତ ନୀରିକ୍ଷଣ କରୁଛନ୍ତି । ଜନବସତି ମୁହାଁ ହେଲେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବନବିଭାଗ ପ୍ରସ୍ତୁତ ରହିଛି । ଅପରପକ୍ଷରେ ଅନ୍ୟତମ ମହାରାଷ୍ଟ୍ର ବାଘୁଣୀ ଯମୁନା କୁଲଡିହା ଅଭୟାରଣ୍ୟରୁ ଫେରି ପୁଣି ଶିମିଳିପାଳରେ ବିଚରଣ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.4 ° C
    20.4 °
    20.4 °
    17 %
    2kmh
    30 %
    Sun
    20 °
    Mon
    34 °
    Tue
    36 °
    Wed
    36 °
    Thu
    35 °

    ସମ୍ବନ୍ଧିତ