Saturday, May 2, 2026
27.9 C
Odisha

    ଜୁନ ୧୨ରୁ ଭୁବନେଶ୍ବର-ଆବୁଧାବି ବିମାନସେବା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ଜୁନ୍‌ ୧୨ରେ ମୋହନ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ସେହିଦିନ ଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌(ୟୁଏଇ) ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ। ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଜଣାପଡିଛି। ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ଓଡ଼ିଶା ବିମାନ ଯାତ୍ରାରେ ଆଉ ଏକ ଫର୍ଦ ଯୋଡ଼ି ହେବ।
    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍‌ ପଲିସି(ଏନ୍‌ଡିପି)-୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ଓ ସଂସ୍କୃତିର ଆଦାନ ପ୍ରଦାନ ବଢ଼ିବ। ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ସପ୍ତାହକୁ ୩ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    45 %
    0.8kmh
    0 %
    Sat
    41 °
    Sun
    41 °
    Mon
    41 °
    Tue
    38 °
    Wed
    37 °

    ସମ୍ବନ୍ଧିତ