Friday, September 11, 2026
26.2 C
Odisha

    ଟଙ୍କାକୁ ଆକର୍ଷିତ କରିବାର କେତୋଟି ଉପାୟ

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ମନୁଷ୍ୟ ଧନର ଆକାଂକ୍ଷା କରିଥାଏ । ମାତ୍ର ଧନ କେବଳ ସେହି ବ୍ୟକ୍ତି ପାଖକୁ ଆସିଥାଏ ଯେ ଧନକୁ ମାତା ଲକ୍ଷ୍ମୀଙ୍କ ଭଳି ଭାବିଥାଏ ଏବଂ ସବୁ ନିୟମକୁ ପାଳନ କରିଥାଏ । ପ୍ରଥମତଃ ଧନ ଅର୍ଜନ ପାଇଁ ପରିଶ୍ରମ କରିବା ଆବଶ୍ୟକ । ମାତ୍ର କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବହୁତ ଅଧିକ ପରିଶ୍ରମ କରିବା ସତ୍ତ୍ୱେବି ଧନ ରହେନାହିଁ ଏବଂ ଅଧିକ ଖର୍ଚ୍ଚ ହୋଇଥାଏ ।

    ଆଜିକାର ଏହି ଲେଖାରେ ଆମେ ଏପରି ଏକ ଗଛର ମୂଳ ବିଷୟରେ କହିବୁ , ଯାହାର ଉପଯୋଗ କରି ଯଦି ଆପଣ ଉପାୟ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ତେବେ ଭଗବାନ ମଧ୍ୟ ସେହି ଚମତ୍କାରୀ ଗଛର ମୂଳ ବିଷୟରେ କହିଛନ୍ତି । ଏହି ଉପାୟ ଦ୍ୱାରା ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ ।ତେବେ ପ୍ରଥମତଃ ସକାଳୁ ଉଠି ଘରକୁ ସଫାସୁତୁରା କରି ସ୍ନାନ କରି ନିଅନ୍ତୁ । ଏହାପରେ ପୂଜା କରି ଧୂପ ଦୀପ ପ୍ରଜ୍ଜ୍ଵଳନ କରନ୍ତୁ । ଏହାପରେ ଘରର ଦ୍ୱାରକୁ ପୂଜା କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ପାଇଁ ପ୍ରାର୍ଥନା କରନ୍ତୁ । ଆପଣ ଚାହିଁଲେ ଭଗବାନ ଶାଳିଗ୍ରାମଙ୍କ ମୂର୍ତ୍ତି ରଖି ମଧ୍ୟ ପୂଜା କରି ପାରିବେ । ତେବେ ଶାଳିଗ୍ରାମଙ୍କୁ ନିୟମିତ ପଞ୍ଚାମୃତ ଏବଂ ଚନ୍ଦନ ଦ୍ୱାରା ପୂଜା କରନ୍ତୁ । ଏହାପରେ ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଥାଏ । ତେଣୁ ମାତାଙ୍କୁ ନାଲି ଚନ୍ଦନ ଅର୍ପିତ କରନ୍ତୁ । ପ୍ରତ୍ୟେକ ଶୁକ୍ରବାର କୌଣସି ମନ୍ଦିରକୁ ଯାଇ ମାତାଙ୍କୁ ନାଲି ପୁଷ୍ପ ନିଶ୍ଚୟ ଚଢାନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

    ଭଗବାନ ବିଷ୍ଣୁ ଏବଂ ମାତା ସୀତାଙ୍କୁ ଲକ୍ଷ୍ମୀଙ୍କୁ ଶଙ୍ଖ ପ୍ରିୟ ହୋଇଥାଏ । ଏହାବ୍ୟତୀତ ଦକ୍ଷିଣାବର୍ତ୍ତି ଶଙ୍ଖ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଥାଏ । ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଗୁରୁବାର ଦିନଟି ବୃହସ୍ପତି ମହାରାଜଙ୍କ ଦିନ ଅଟେ ।

    ତେଣୁ ଏହି ଦିନ ପାଞ୍ଚ କିଲୋ ଅଟା ଏବଂ ପାଞ୍ଚ କିଲୋ ଗୁଡ଼ ମିଶାଇ ରୁଟି କରନ୍ତୁ ଏବଂ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ । ଏହି ଉପାୟ ତିନୋଟି ଗୁରୁବାର ପର୍ଯ୍ୟନ୍ତ କରନ୍ତୁ । ଏହାଦ୍ବାରା ଦାରିଦ୍ର୍ୟତା ଦୂର ହୋଇଥାଏ । ଏହି ଦିନ କୌଣସି ହଳଦିଆ କପଡ଼ାରେ ପାଞ୍ଚଟି କଉଡ଼ି , କେଶର ଏବଂ ଚାନ୍ଦି ମୁଦ୍ରା ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରର ଆର୍ଥିକ ସମସ୍ୟା ସବୁଦିନ ପାଇଁ ଦୂରେଇ ଯାଏ ।

    ଘରେ ଆର୍ଥିକ ବୃଦ୍ଧି ହେବା ପାଇଁ ବସିଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ ମାତ୍ର ଦୋକାନ ଛିଡ଼ା ହୋଇଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ । ଏହାଦ୍ବାରା ବ୍ୟବସାୟରେ ଲାଭ ହୋଇଥାଏ । ତୁଳସୀ ଗଛ ସର୍ବଦା ଐଶାନ୍ୟ କୋଣରେ ରହିବା ଉଚିତ । ଏହାବ୍ୟତୀତ ପୂଜାଘରେ ଗଙ୍ଗା ଜଳ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ବାରା ପରିବାର ଲୋକଙ୍କ ଜୀବନରେ ଖୁସି ରହିଥାଏ । ଆମେ ଯେଉଁ ଗଛର ମୂଳ ବିଷୟରେ କହୁଥିଲୁ ତାହା ହେଉଛି ତୁଳସୀ ଗଛର ମୂଳ ।

    ସ୍ବୟଂ ଭଗବାନ ବିଷ୍ଣୁ ମଧ୍ୟ ତୁଳସୀର ପ୍ରଶଂସା କରନ୍ତି । ଭଗବାନ ବିଷ୍ଣୁ ଶାଳିଗ୍ରାମ ରୂପରେ ତୁଳସୀ ଗଛ ମୂଳରେ ରହନ୍ତି । ତେବେ ସବୁ ପ୍ରକାରର ଗ୍ରହ ଜନିତ ସମସ୍ୟା କିମ୍ବା ଜୀବନର କୌଣସି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀ ଗଛର ମୂଳକୁ ତାବିଜରେ ପୁରାଇ ହାତରେ କିମ୍ବା ବେକରେ ବାନ୍ଧିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ।ତୁଳସୀ ଗଛ ମୂଳରେ ଯଦି ଆପଣ ପ୍ରତ୍ୟେକ ଦିନ ଜଳ ଅର୍ପିତ କରନ୍ତି ତେବେ ମଧ୍ୟ ନବ ଗ୍ରହର ଦୋଷ ଦୂର ହୋଇଥାଏ । ଯଦି ସ୍ୱାସ୍ଥ୍ୟ ଜନିତ କୌଣସି ସମସ୍ୟା ରହୁଛି ତେବେ ତୁଳସୀ ମାଳା ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂରେଇ ଯିବ । ଏହି ମାଳା ନକରାତ୍ମକ ଶକ୍ତିକୁ ମଧ୍ୟ ଅବଶୋଷିତ କରିଥାଏ । ଏହାର ମୂଳକୁ ରୂପାର ତାବିଜରେ ପୁରାଇ ବେକରେ ବାନ୍ଧିଲେ ଧନ ଅର୍ଜନ ସମ୍ବନ୍ଧୀୟ ମାର୍ଗ ଖୋଲିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ