Tuesday, May 26, 2026
40.9 C
Odisha

    ଟଙ୍କା ପ୍ରତୀକ ବଦଳାଇଲେ ଷ୍ଟାଲିନ୍ ସରକାର

    ଆଗକୁ ପଢନ୍ତୁ

    ଚେନ୍ନାଇ : ହିନ୍ଦୀ ଭାଷାର ପ୍ରଚଳନକୁ ନେଇ ବିଗତ କିଛି ମାସ ହେଲା ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ଏବଂ କେନ୍ଦ୍ର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଷ୍ଟାଲିନ ସରକାର ରାଜ୍ୟ ବଜେଟ କାଗଜପତ୍ରରୁ ଟଙ୍କାର ପ୍ରତୀକକୁ ହଟାଇ ଦେଇଥିବାବେଳେ ସେହି ସ୍ଥାନରେ ତାମିଲ ଭାଷାରେ ଥିବା ପ୍ରତୀକକୁ ସ୍ଥାନିତ କରିଛନ୍ତି। ବଜେଟ କାଗଜପତ୍ରରେ ଥିବା ଟଙ୍କାର ନୂତନ ଲୋଗୋକୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ନିଜର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦେଶବ୍ୟାପୀ ଟଙ୍କାର ପ୍ରତୀକ ବ୍ୟବହାର କରାଯାଉଥିବାବେଳେ ତାମିଲନାଡୁ ସରକାର ଏଥିରେ ବ୍ୟତିକ୍ରମ ଘଟାଇଥିବାରୁ କେନ୍ଦ୍ର ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାମିଲନାଡୁ ବିଜେପି ଶାଖା ସଭାପତି କେ.ଆନ୍ନାମଲାଇ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଷ୍ଟାଲିନ ସରକାରଙ୍କ ଏତାଦୃଶ ନିଷ୍ପତ୍ତି ପ୍ରମାଣିତ କରୁଛି ଯେ ତାମିଲନାଡୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ।ସେ ଆହୁରି କହିଛନ୍ତି ଯେ ୨୦୧୦ରେ ଡିଏମକେର ଜଣେ ପୂର୍ବତନ ବିଧାୟକଙ୍କ ପୁତ୍ର ଟଙ୍କା ପ୍ରତୀକ ପ୍ରସ୍ତୁତ କରିଥିବାବେଳେ ସେହି ଡିଏମକେ ସରକାର ଏହାକୁ ଅବମାନନା କରିବା ଅତ୍ୟନ୍ତ ଲଜ୍ଜାଜନକ। ତାମିଲନାଡୁର ପୂର୍ବତନ ରାଜ୍ୟପାଳ ସୌନ୍ଦର୍ଯ୍ୟାରାଜନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଅପରପକ୍ଷରେ ଡିଏମକେ ନେତା ଏସ.ଆନ୍ନାଦୁରାଇ କହିଛନ୍ତି ଯେ ଆମେ ତାମିଲ ଭାଷାକୁ ଅଗ୍ରାଧିକାର ଦେଉଥିବାରୁ ଏଭଳି ନିଷ୍ପତ୍ତିି ନେଇଛୁ। ତେଣୁ ଏଥିରେ କୌଣସି ଆଇନଗତ ଜଟିଳତା ନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.9 ° C
    40.9 °
    40.9 °
    16 %
    3.8kmh
    43 %
    Tue
    36 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ