Friday, June 19, 2026
37 C
Odisha

    ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ, ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା

    ଆଗକୁ ପଢନ୍ତୁ

    ପାଟଣାଗଡ଼  : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ପଦ୍ମପୁର ପାଟଣାଗଡ଼ ମୁଖ୍ୟରାସ୍ତା ଜୁରିଆ ବ୍ରିଜ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭରକୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା । ହେଲ୍ପରକୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀର ପ୍ରୟାସ ଜାରି । ଲୁହାଛଡ ବୋଝେଇ ଟ୍ରକଟି ପଦ୍ମପୁରରୁ ପାଟଣାଗଡ଼ ଆସୁଥିବା ସୂଚନା ।

    ସୂଚନାଯୋଗ୍ୟ, ସୋମବାର ପାନପୋଷ ଦ୍ବିତୀୟ ବ୍ରିଜ ଉପରେ ଭାରସାମ୍ୟ ହରାଇ ଓଲଟିଲା ହାଇଓ୍ବା । ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ । ହାଇଓ୍ବା ଓଲଟି ପଡିବା ପରେ ପରେ ହଠାତ୍ ନିଆଁ ଲାଗିଯାଇଥିଲା ।  ପ୍ରବଳ ଖରାର ପ୍ରକୋପ ସାଙ୍ଗକୁ ହାଇଓ୍ବାରେ ଥିବା ଡିଜେଲ୍ ରେ ନିଆଁ ଲାଗିଯାଇଥିଲା ।  ହଠାତ୍ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।  ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ