Sunday, March 15, 2026
29.6 C
Odisha

    ଟ୍ରେଣ୍ଡ ବଦଳିଛି, ହେ‌ଲେ ବଦଳିନାହାନ୍ତି ସାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟ୍ରେଣ୍ଡ ବଦଳିଛି, ହେ‌ଲେ ବଦଳିନାହାନ୍ତି ଦକ୍ଷିଣ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ। ଫିଲ୍ମ ‘ଥଣ୍ଡେଲ’ର ପ୍ରଚାର ବେଳେ ଏଭଳି କହିଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା। ସନ୍ଦୀପ ତାଙ୍କର ଆଗାମୀ ଫିଲ୍ମ ପାଇଁ ସାଇ ଓ ଅଭିନେତା ନାଗା ଚୈତନ୍ୟଙ୍କ ଯୋଡିକୁ ବାଛିଛନ୍ତି। ଫେବ୍ରୁଆରି ୭ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ପ୍ରଚାରରେ ଏବେ ପୂରା ଟିମ୍ ବ୍ୟସ୍ତ ଥିବା ବେଳେ ସନ୍ଦୀପ, ସାଇଙ୍କ ପ୍ରଶଂସା କରିଥିବା ସାମ୍ନାକୁ ଆସିଛି। ସେ କାହିଁକି ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ରେ ସାଇଙ୍କୁ ନେଇପାରିଲେ ନାହିଁ ତାହା ମଧ୍ୟ ଜଣାଇଛନ୍ତି ସନ୍ଦୀପ।ତାଙ୍କ କହିବା ମୁତାବକ, “ମୁଁ ଅର୍ଜୁନ ରେଡ୍ଡୀରେ ସାଇଙ୍କୁ ନେବାକୁ ଚାହୁଥିଲି। ଏଥିପାଇଁ ମୁଁ କେରଳର ଜଣେ କୋ-ଅର୍ଡିନେଟରଙ୍କ ସହ ଯୋଗାଯୋଗ କରିଥିଲି। ହେଲେ ପ୍ରକୃତରେ ସେ ଜଣେ କୋ-ଅର୍ଡିନେଟର ନଥିଲେ ବୋଲି ମୁଁ ପରେ ଜାଣିଲି। ସେ ମୋତେ ଫିଲ୍ମର କାହାଣୀ ପଚାରିଥିଲେ। ମୁଁ କହିଥିଲି ଗୋଟାଏ ରୋମାଣ୍ଟିକ୍ ଫିଲ୍ମ କରୁଛି। ଏଥିରେ କିଛି ରୋମାଣ୍ଟିକ୍ ଦୃଶ୍ୟ ମଧ୍ୟ ରହିବ। ଏହା ଶୁଣି ସେ କହିଥିଲେ, ସାର୍; ସାଇଙ୍କୁ ଫିଲ୍ମରେ ନେବା କଥା ଭୁଲିଯାଆନ୍ତୁ। ସେ ହାତ କଟା ପୋଷାକ ବି ପିନ୍ଧନ୍ତି ନାହିଁ। ଏହା ଶୁଣି ମୁଁ ନିରାଶ ହୋଇଥିଲି ନିଶ୍ଚୟ। ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଦଳୁଥିବା ଟ୍ରେଣ୍ଡ ମଧ୍ୟରେ ରହି ନିଜକୁ ଅପରିବର୍ତ୍ତିତ ରଖିବା ସହଜ କଥା ନୁହେଁ। ସାଧାରଣତଃ ବଡ଼ ସୁଯୋଗ ଆସିଲେ ଅଭିନେତ୍ରୀ ନିଜକୁ ବଦଳାଇ ଦିଅନ୍ତି। ହେଲେ ସାଇ ସେଭଳି କରିନାହାନ୍ତି।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    31 %
    2.3kmh
    100 %
    Sun
    31 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ