Tuesday, February 17, 2026
22.8 C
Odisha

    ଠକ ହଂସିକା ଅଭିଲିପ୍ସାଙ୍କ ଘର ସମେତ ୧୨ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ମଧ୍ୟରୁ ହଂସିକା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଥିବାର ସୂଚନା ରହିଛି। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼। ଏଣେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବି ଚଢ଼ାଉ କରିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି।

    ସୂଚନାଯୋଗ୍ୟ, ପୁଲିସ ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଗୁମର ଫିଟାଇବାକୁ ପଦକ୍ଷେପ ନେଉଛି।ଉଭୟଙ୍କୁ ପୁଲିସ ଗିରଫ କରିଥିଲା। ହଂସିତା ବିବାହିତା ହୋଇଥିଲେ ହେଁ ସ୍ବାମୀଙ୍କଠାରୁ ଦୂରରେ ରହୁଥିଲେ। ସେହିଭଳି ଅନୀଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ। ରାଜଧାନୀର ପଟିଆ ରଘୁନାଥନଗର ଅଞ୍ଚଳର ଏକ ଦାମୀ ଆପାର୍ଟମେଣ୍ଟରେ ସୁଦୃଶ୍ୟ ଫ୍ଲାଟ୍ରେ ଏମାନେ ଦମ୍ପତି ପରିଚୟରେ ରହୁଥିଲେ। ଦାମୀ ଗାଡ଼ି, ଦାମୀ ଫ୍ଲାଟ୍ ଓ ଦାମୀ ଚଳଣିରେ ପ୍ରଚୁର ଅର୍ଥ ଉଡ଼ାଉଥିଲେ। ପୂର୍ବରୁ ଅନୀଲ୍ ୟୁନିଟ୍-୮ ଅଞ୍ଚଳରେ ଏକ ଗାଙ୍ଗୁରାମ ସୁଇଟ୍ସ ଦୋକାନ କରିଥିଲେ। କିନ୍ତୁ ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ସେ କୋଟିପତି ପାଲଟିଗଲେ। ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସିଏସ୍ଆର୍ ପାଣ୍ଠି ଯୋଗାଇବା ପାଇଁ ଏହି ଠକ ଯୋଡ଼ି ୨୦ ପ୍ରତିଶତରୁ ଅଧିକ କମିସନ ଦାବି କରୁଥିଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟ ଦେବା ଥିଲା ବଡ଼ ପ୍ରସଙ୍ଗ। ଏହି ସମ୍ପର୍କ ନକଲି ବୋଲି ପୁଲିସ ଜାଣିବାକୁ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ