Tuesday, December 9, 2025
14.3 C
Odisha

    ତାତିରୁ ନାହିଁ ନିସ୍ତାର : ଆହୁରି ୨ ଦିନ ଅନୁଭୂତ ହେବ ଗୁଳୁଗୁଳି,

    ଆଗକୁ ପଢନ୍ତୁ

    ଭୁବନେଶ୍ୱର;ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ସାରା ଓଡିଶା। ଗତକାଲି ରାଜ୍ୟର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏପରି ତାତି ଲାଗି ରହିବା ସହ ଏହି ସମୟରେ କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ୫ ଓ ୬ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ତେବେ ୨ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ଅର୍ଥାତ ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ମାଲକାନଗିରି, ନୟାଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏଠାରେ ଦିନର ତାପପାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିବା ସହିତ ତାପମାତ୍ରା ସ୍ୱାଭାବିକ ତୁଳନାରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    14.3 ° C
    14.3 °
    14.3 °
    39 %
    1.3kmh
    100 %
    Tue
    26 °
    Wed
    26 °
    Thu
    27 °
    Fri
    27 °
    Sat
    26 °

    ସମ୍ବନ୍ଧିତ