Saturday, July 27, 2024
24.6 C
Odisha

    ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘନେଇଲା ବାତ୍ୟା ଆଶଙ୍କା । ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ଆକଳନ

    ଆଗକୁ ପଢନ୍ତୁ

    ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲର ଆକଳନ ଅନୁସାରେ ଅବପାତ ପରେ ଆହୁରି ଘନିଭୂତ ହେବା ଆଶଙ୍କା ରହିଥିବା ବେଳେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏ ନେଇ ସ୍ପଷ୍ଟ କରିନାହିଁ ପାଣିପାଗ ବିଭାଗ । ତେବେ ପ୍ରାକ୍ ମୌସୁମୀ ସମୟରେ ବାତ୍ୟା ସମ୍ଭାବନା ଅଧିକ ଥାଏ । ସବୁଠୁ ବଡ଼ କଥା ହେଉଛି, ଏବେ ସମୁଦ୍ର ଭିତର ତାପମାତ୍ରା ମଧ୍ୟ ବାତ୍ୟା ପାଇଁ ଅନୁକୂଳ ରହିଛି । ଯଦି ଏପରି କିଛି ହୁଏ, ତାହା ୨୫ ତାରିଖରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିପାରେ । ଏପଟେ ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ୪-୫ ଦିନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାରେ ଉଷ୍ମ-ଆର୍ଦ୍ର ପାଣିପାଗ ଯୋଗୁଁ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ଆଣ୍ଡାମାନ ଉପକୂଳ ଆଡକୁ ଏହା ଧୀରେ ଧୀରେ ଅଗ୍ରସର ହେବା ନେଇ ପୂବାନୁମାନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ