Wednesday, May 21, 2025
37.4 C
Odisha

    ତ୍ୱଚାରେ ଚମକ ଆଣିଥାଏ ନଡ଼ିଆ କ୍ଷୀର, ସ୍କିନ ପାଇଁ ବି ହୋଇଥାଏ ଲାଭଦାୟକ

    ଆଗକୁ ପଢନ୍ତୁ

    ନଡ଼ିଆ ଘରୁ ଆରମ୍ଭ କରି ମନ୍ଦିର ତଥା ପୂଜାର୍ଚ୍ଚନା ସବୁଠି କାମରେ ଲାଗିଥାଏ । ନଡ଼ିଆରେ ଅନେକ ଖାଦ୍ୟ ତଥା ପିଠା ପଣା ତିଆରି ହୁଏ । ସେହିପରି ନଡ଼ିଆ କ୍ଷୀର ଏବଂ ନଡ଼ିଆ ତେଲରେ ରୋଷେଇ ହୁଏ । ନଡ଼ିଆରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରକୁ ସୁସ୍ଥ ରଖିଥାଏ । ମହିଳାମାନେ ନିଜ ତ୍ୱଚାକୁ ନେଇ ଅଧିକ ଚିନ୍ତା କରିଥାନ୍ତି । ସେଥିପାଇଁ ମହିଳା ନିଜ ତ୍ୱଚାରେ ଚମତ୍କାରିତା ଆଣିବା ପାଇଁ ଅନେକ ଜିନିଷ ବ୍ୟବହାର ମଧ୍ୟ କରଥାନ୍ତି । ସକାଳୁ ଉଠିବା ପରେ ସାଧାରଣତଃ ଶରୀରର ଚର୍ମ ଶୁଖିଲା ଦେଖାଯାଇଥାଏ । କିନ୍ତୁ ନଡ଼ିଆ କ୍ଷୀର ତ୍ୱଚାରେ ଗୋଟିଏ ଚମକ ଆଣିଦେଇଥାଏ । ନଡ଼ିଆ କ୍ଷୀର ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକାରୀ । ନଡ଼ିଆ ସୁସ୍ଥ ଶରୀର ପାଇଁ ବେଶ୍ ପ୍ରଭାବଶାଳୀ । ନଡ଼ିଆ କ୍ଷୀର ପ୍ରଚୁର ପୋଷାକ ତତ୍ତ୍ୱରେ ଭରପୁର । ଯାହା ବଡ଼ି ଫଙ୍ଗସନ୍ ପାଇଁ ଜରୁରୀ । ଯେଉଁଥିପାଇଁ ଡାକ୍ତରମାନେ ଡାଏଟ୍ ପାଇଁ ନଡ଼ିଆକୁ ଖାଦ୍ୟରେ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ନଡ଼ିଆ କ୍ଷୀର ପିଇବା ଦ୍ଵାରା ଆମ ଶରୀରକୁ ଲାଭ ମିଳିଥାଏ । ଯଥା –

    ନ୍ୟୁଟ୍ରେସନରେ ଭରପୁର : ନଡ଼ିଆ କ୍ଷୀରରେ ଭିଟାମିନ ସି, ଇ, ବି, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ ଭଳି ଅନେକ ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ ।

    କୋଲେଷ୍ଟ୍ରୋଲରେ ହ୍ରାସ : ନଡ଼ିଆ କ୍ଷୀରରେ ମିଡ଼ିୟମ ଚେନ୍ ଟ୍ରାଇଗ୍ଲିସରାଇଡ୍ସ(MCTs) ରହିଥାଏ । ଯାହା ଦ୍ଵାରା ହାର୍ଟ ଉପରେ ଭଲ ପ୍ରଭାବ ପକାଇବାରେ ସହାୟକ ହୋଇଥାଏ। HDL କୁ ବଢ଼ାଇବା ସହିତ LDL କୁ କମ କରିଥାଏ ।

    ଓଜନ ହ୍ରାସ : ଆମ ଶରୀରର ଓଜନ ଉପରେ ଏହା ନିୟନ୍ତ୍ରଣ ରଖିଥାଏ । ଚର୍ବିକୁ ମଧ୍ୟ ହ୍ରାସ କରିଥାଏ ।

    ହଜମ ପ୍ରକ୍ରିୟାରେ ସୁଧାର : ଏଥିରେ ଫାଇବର ଗୁଣ ଥିବାରୁ ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଖାଲି ପେଟରେ ନଡ଼ିଆ କ୍ଷୀର ପିଇବା ଦ୍ଵାରା ପେଟକୁ ସଫା ରଖିଥାଏ ।

    ସ୍କିନ ପାଇଁ ଫଳପ୍ରଦ : ସ୍କିନକୁ ହାଇଡ୍ରେଟ ରଖିବା ସହିତ ମାଇଶ୍ଚରାଇଜ କରିଥାଏ ।

    ହାଡ଼ ଶକ୍ତିରେ ବୃଦ୍ଧି : ନଡ଼ିଆ କ୍ଷୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଥିବାରୁ ଏହା ହାଡକୁ ସୁସ୍ଥ ରଖେ । ହାଡକୁ ମଜବୁତ୍ ରଖିଥାଏ । ହାଡ଼ ବୃଦ୍ଧି ପାଇଁ ବେଷ୍ଟ ବୋଲି ମାନଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.4 ° C
    37.4 °
    37.4 °
    39 %
    4.7kmh
    88 %
    Wed
    37 °
    Thu
    39 °
    Fri
    34 °
    Sat
    38 °
    Sun
    36 °

    ସମ୍ବନ୍ଧିତ