Saturday, October 10, 2026
24.4 C
Odisha

    ଗୋଟିଏ ଗ୍ଲାସ୍ କ୍ଷୀର ଦୂର କରିବ ଆପଣଙ୍କ ପେଟ ସମସ୍ୟା, ଫଲୋ କରନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ହେଉଛି । ସେଥି ମଧ୍ୟରୁ ଛାତି ଯନ୍ତ୍ରଣା ସମସ୍ୟା ଏବେ ଅତ୍ୟଧିକ ଦେଖାଦେଉଛି । ଛାତି ଜଳିବା ସମସ୍ୟା ଆଜିକାଲି ନର୍ମଲା ହୋଇଗଲାଣି । କାହିଁକିନା ଛୋଟଛୁଆଙ୍କ ପାଖରୁ ଆରମ୍ଭ କରି ବଡ଼ ଲୋକମାନଙ୍କର ମଧ୍ୟ ଏହି ସମସ୍ୟା ଦେଖାଦେଉଛି । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅନେକ ସମୟରେ ଛାତିରେ ହଟାତ୍ ଜ୍ବଳନ ସମସ୍ୟା ହୋଇଥାଏ । ଯାହାକୁ ଆପଣ ଚାହିଁଲେ ମଧ୍ୟ କମ୍ କରିପାରି ନଥାନ୍ତି । ଏହି ଜଳାପୋଡ଼ା ଶରୀରରେ ବହୁତ ଅସ୍ଥିରତା ସ୍ରୁଷ୍ଟି କରେ । ଜଳାପୋଡ଼ା ସମସ୍ୟା ଛାତିର ଉପର ଏବଂ ତଳ ଅଂଶରେ ହୋଇଥାଏ । ଏହି ସମସ୍ୟା କହିଁକି ହୁଏ ଆପଣ ଜାଣିଛନ୍ତି କି? ତେବେ ଜାଣନ୍ତୁ ଏହାର କାରଣ ।

    ଆଜିକାଲିର ଖରାପ ଲାଇଫଷ୍ଟାଇଲ୍, ଜଙ୍କ ଫୁଡ୍, ମସଲାଯୁକ୍ତ ଖାଦ୍ୟ, ମେଦବୁଳତା, ଷ୍ଟ୍ରେସ୍ ମଧ୍ୟ ଏସିଡିଟିର କାରଣ ହୁଏ ଏବଂ ଏହାପରେ ଛାତି,ଗଳା ଜଳିବା ଆରମ୍ଭ ହେବାକୁ ଲାଗେ । ଏଥି ସହ ମନେ ରଖିବା ଉଚିତ୍ ଯେ ଠିକ୍ ସମୟରେ ନ ଶୋଇବା, ନ ଖାଇବା ଭଳି ଖରାବ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ । ଏଥି ସହ ଚିଡଚିଡା ପଣ ମଧ୍ୟ ବଢ଼ିଯାଇଥାଏ । ବିଶେଷକରି ମହିଳାମାନଙ୍କଠାରେ, ଗର୍ଭବତୀ ହେବା ସମୟରେ ଛାତି ପୋଡ଼ିବା ସମସ୍ୟା ଆରମ୍ଭ ହୁଏ । କେତେବେଳେ ଏହି ଜଳାପୋଡ଼ା ଏତେ ବଢ଼ିଯାଏ ଯେ ଡାକ୍ତରଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।ଯଦି ଆପଣ ଛାତି ଜ୍ବଳନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଏହି ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ ।

    କ୍ଷୀର ପିଇବା ଦ୍ବାରା ପୋଡ଼ାଜଳା ସମସ୍ୟା ବନ୍ଦ ହୋଇଯାଏ : ଯଦି ଆପଣଙ୍କର ଛାତିରେ ଲଗାତାର ଜଳାପୋଡ଼ା ହେଉଛି, ତେବେ ପ୍ରଥମେ ଏକ ଗ୍ଲାସରେ କ୍ଷୀର ନେଇ ଥଣ୍ଡା କରନ୍ତୁ । ଏଥି ସହ ଆପଣ କ୍ଷୀରକୁ ଫ୍ରିଜରେ ରଖି ମଧ୍ୟ ଥଣ୍ଡା କରିପାରିବେ । ଏହା ପରେ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣଙ୍କର ଛାତି ପୋଡ଼ା ଜ୍ୱଳନ ତୁରନ୍ତ ଦୂର ହୋଇଯିବ ।

    ଖାଦ୍ୟରେ ଲେମ୍ବୁ ବ୍ୟବହାର କରନ୍ତୁ : ଖାଦ୍ୟରେ ଲେମ୍ବୁ ବ୍ୟବହାର କରିବା ଉଚିତ ବୋଲି ବୟସ୍କବ୍ୟକ୍ତିମାନେ କୁହନ୍ତି । ଏହା ବ୍ୟତୀତ, ଖାଇବାର ୧ ଘଣ୍ଟା ପୂର୍ବରୁ ବ୍ଲାକ୍ ସ୍ଲଟ୍ ସହିତ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ଛାତି ଜଳିବା ସମସ୍ୟା ଖୁବ୍ ଶୀଘ୍ର ଦୂର ହେବାକୁ ଲାଗେ ।

    ଖାଦ୍ୟ ଖାଇବା ପୂର୍ବରୁ ଆଲୋଭେରା ଜୁସ୍ ପିଅନ୍ତୁ : ଏହା ସହିତ ମନେ ରଖିବା ଉଚିତ୍ ଯେ, ଖାଇବା ପୂର୍ବରୁ ଆଲୋଭେରା ରସ ପିଇବା ଦ୍ୱାରା ମଧ୍ୟ ବହୁତ ପରିମାଣରେ ଆରାମ ମିଳିଥାଏ । ଏହା ସହିତ, ଖାଦ୍ୟ ଖାଇବା ପରେ ପାନମହୁରି ଚୋବାନ୍ତୁ । ଏହା ଖାଦ୍ୟର ହଜମରେ ସାହାଯ୍ୟ କରେ । ସତେଜ ପୁଦିନା ପତ୍ରର ରସ ମଧ୍ୟ ବହୁତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ