Tuesday, September 15, 2026
23.4 C
Odisha

    ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

    ଆଗକୁ ପଢନ୍ତୁ

    ଜଳେଶ୍ୱର : ସ୍କୁଲ ବାର୍ଷିକ ପ୍ରତିଯୋଗିତା ବେଳେ ଜଣେ ଛାତ୍ରର ଛୁରାମାଡ଼ ହୋଇଥିବା ଜଣାପଡିଛି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଅନ୍ତର୍ଗତ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି।

    ସୂଚନା ଅନୁସାରେ ସ୍କୁଲର ୨ ଛାତ୍ରଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। କିଛି ସମୟ ଝଗଡ଼ା ଚାଲିବା ପରେ ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଆଜି ବାର୍ଷିକୋତ୍ସବ ଥିବାରୁ ସ୍କୁଲରେ ଉଭୟ ଉପସ୍ଥିତ ଥିବା ବେଳେ ପ୍ରବଳ ଗହଳି ବି ହୋଇଥିଲ। ଏହି ସମୟରେ ହଠାତ୍‌ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଣେ ଆଉ ଜଣଙ୍କୁ ଛୁରୀରେ ଭୁଷି ଦେଇଥିଲେ। ତାଙ୍କ ପେଟରୁ ପ୍ରବଳ ରକ୍ତସ୍ରାବ ହେବାରୁ ସ୍ଥାନୀୟ ଲୋକେ ଓ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ କମର୍ଦ୍ଦା ମେଡିକାଲରେ ଭର୍ତ୍ତି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.4 ° C
    23.4 °
    23.4 °
    89 %
    0.9kmh
    18 %
    Tue
    31 °
    Wed
    31 °
    Thu
    31 °
    Fri
    29 °
    Sat
    29 °

    ସମ୍ବନ୍ଧିତ