Thursday, March 13, 2025
27 C
Odisha

    ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଜଡ଼ା ଗାଁର ଏକ ନାଳରୁ ଜଣେ ୪ ବର୍ଷ ଝିଅର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

    ସୂଚନା ଅନୁସାରେ ଜଡା ଗ୍ରାମର ରାଜୁ ମୁଣ୍ଡାର ୪ ବର୍ଷର ଝିଅ ଗୁରୁବାର ଅପରାହ୍ନରେ ଖେଳିବା ପାଇଁ ଘରୁ ବାହାରକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ଫଳରେ ଘର ଲୋକ ପାଖ ପଡେ଼ାଶୀ ସବୁଆଡେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେ ଦିନ ସନ୍ଧ୍ୟାରେ ଆଉ ପାଇନଥିଲେ । ପରଦିନ ମଧ୍ୟ ଅନେକ ଖୋଜାଖୋଜି କଲା ପରେ ଘରଠାରୁ କିଛି ଦୂରରେ ଚାଷ ଜମିରେ ଥିବା ଗାଢ଼ରେ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ଝିଅକୁ ହତ୍ୟା ପରେ ଫିଙ୍ଗିଥିବା ଦେଇଥିବା ନେଇ ପରିବାର ପକ୍ଷରୁ ଗୁରୁଣ୍ଡିଆ ଥାନାରେ ଅଭିଯୋଗ କରାଯାଇଛି । ୪ ବର୍ଷର ଝିଅକୁ ହତ୍ୟା ସନ୍ଦେହରେ ପଡ଼ୋଶୀ ଦମ୍ପତିଙ୍କୁ ଅଟକ ରଖିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    20 %
    2.6kmh
    2 %
    Thu
    27 °
    Fri
    40 °
    Sat
    41 °
    Sun
    42 °
    Mon
    41 °

    ସମ୍ବନ୍ଧିତ