Sunday, October 4, 2026
28.6 C
Odisha

    ପୁଷପୁନି ମଞ୍ଚରେ ନିଜ ଗୀତ ସହ ଝୁମିଲେ ବର୍ଣ୍ଣlଳି ଏବଂ ବିଧାୟକ

    ଆଗକୁ ପଢନ୍ତୁ

    କୋରାପୁଟ :କୋରାପୁଟ ଆଦିବାସୀ ପରମ୍ପରାରେ ପୁଷ ପୁନେଇଁ ବା ପୁଷପୁନି ଏକ ବଡ଼ ପର୍ବ । ଯାହା ଘରେ ଘରେ ପାଳନ ହୁଏ । ଆଉ ବିଶେଷ କରି ଏହା ଚାଷ ପରେ ପରେ ଆମୋଦ ପ୍ରମୋଦର ଏକ ସମୟ ଯାହାକୁ ମନଭରି ଉପଭୋଗ କରନ୍ତି ସମସ୍ତେ ।ଏହି ଅବସରରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି ।ଆଦିବାସୀ ଗୀତର ତାଳେ ତାଳେ ମଞ୍ଚ ଉପରେ ନାଚି ସମସ୍ତଙ୍କ ମନ ମୋହିଥିଲେ ଭାଲୁ ଭାଇନା । ତେବେ ଏଭଳି ଏକ କାର୍ଯ୍ୟକ୍ରମକୁ ସମସ୍ତେ ସ୍ୱାଗତ କରିବା ସହ ସଭିଏଁ ଉତ୍ସବକୁ ମନ ଭରି ଉପଭୋଗ କରିଥିଲେ।ଏପଟେ ଏହି ଅବସରରେ ନିଜର ପ୍ରତିଭାକୁ ପୁଣି ପରିବେଷଣ କରିଥିଲେ ପ୍ରତି ଓଡିଆଙ୍କ ଘରେ ଘରେ ପରିଚିତ ତଥା ନିଜର ଗୀତରେ ସମସ୍ତଙ୍କ ମନ କିଣିଥିବା ବର୍ଣ୍ଣ।ଳି ହୋତା । ବର୍ଣ୍ଣ।ଳି ହୋତାଙ୍କ ଗୀତରେ କମ୍ପିଥିଲା ମଞ୍ଚ । ତେବେ ତାଙ୍କ ସହ ଏକ ଆଲୋଚନାରେ ବର୍ଣ୍ଣ।ଳି କହିଛନ୍ତି କି, ମତେ କୋରାପୁଟ ଯେତିକି ଭଲପାଏ ତା ଠୁ ଅଧିକ ମୁଁ ଏମାଟି ଓ ଏଠାକାର ଲୋକଙ୍କୁ ଭଲପାଏ । ମାଆ କୁହନ୍ତି ମୁଁ କୁଆଡେ ପୂର୍ବ ଜନ୍ମରେ କୋରାପୁଟର ଝିଅ ଥିଲି ।ତେବେ କୋରାପୁଟର କଳା ସ°ସ୍କୃତି ପରମ୍ପରା ଏବେ ନୂଆ ରୂପରେ ଆସିବ ତାସହ ଜଗନ୍ନାଥଙ୍କ ସ°ସ୍କୃତି ପରମ୍ପରା ମଧ୍ୟ ଲୋକେ ଜାଣିବାକୁ ପାଇବେ ତା ପୁଣି ନୂଆ ରୂପରେ ଏମିତି କିଛି କହିଛନ୍ତି ବର୍ଣ୍ଣାଳି ହୋତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ