Wednesday, September 30, 2026
30.2 C
Odisha

    ନେତା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ, ଜନନେତା ଲୋକଙ୍କୁ ଫୋନ୍‌ କରି ନେଉଛନ୍ତି ବିକାଶର ଅପଡେଟ୍‌

    ଆଗକୁ ପଢନ୍ତୁ

    https://www.instagram.com/explore/tags/5t/?utm_source=ig_embed

    ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ରାଜନେତାମାନେ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାରରେ ବ୍ୟସ୍ତଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ। ନିର୍ବାଚନ ଆସୁଥିଲେ ବି ସେ ତାଙ୍କର କାମ ବନ୍ଦ କରିନାହାନ୍ତି, କି ରାଜନୀତି ଅଙ୍କକଷାରେ ସମୟ ଦେଇ ଲୋକଙ୍କୁ ଅଣଦେଖା କରିନାହାନ୍ତି। କର୍ମତତ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ସମୟରେ ବି ସ୍ୱାଭାବିକ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି। ନିର୍ବାଚନ ମାହୋଲରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାର ବନ୍ଦ ନହୁଏ, ସେ ନେଇ ନବୀନ ନେଉଛନ୍ତି ଅପଡେଟ୍‌। ଲୋକଙ୍କୁ ଫୋନ୍ କରି ବୁଝୁଛନ୍ତି ବିକାଶ କାମ। ସାଧାରଣ ଲୋକଙ୍କ ସହ ଫୋନରେ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି। ରାଜ୍ୟରେ ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା କୌଣସି ଫରକ ପକାଉନାହିଁ। ଯାହା ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜଣେ ଅସୀମିତ ପ୍ରେରଣାର ଉତ୍ସ ବୋଲି ଭିଡିଓ ସେୟାର କରି ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.2 ° C
    30.2 °
    30.2 °
    61 %
    3kmh
    54 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ