Saturday, May 2, 2026
39.8 C
Odisha

    ନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏହି କମିଟି ଘଟଣାର ତଦନ୍ତ କରିବ। ଏହି କମିଟିରେ ଗୃହ ବିଭାଗର ପ୍ରମୁଖ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ମଧ୍ୟ ସାମିଲ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଅପରାହ୍ଣରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। କିଟ୍‌ରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହିତ ସାମ୍ବାଦିକମାନଙ୍କୁ କହିଛନ୍ତି, ଓଡ଼ିଶାକୁ ବାହାର ରାଜ୍ୟ ବା ଅନ୍ୟ ଦେଶରୁ ଯେଉଁମାନେ ଆସୁଛନ୍ତି, ଆମେ ସେମାନଙ୍କର ଯତ୍ନ ନେବାର ଆବଶ୍ୟକତା ଅଛି। ଏହି ଉଦ୍ଦେଶ୍ୟ ନେଇ ଅତୀତରେ ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା ଓ ପ୍ରବାସୀ ଭାରତୀୟ ଦିବସର ଆୟୋଜନ କରିଥିଲେ। କିନ୍ତୁ ବିଶ୍ବସ୍ତରୀୟ କିଟ୍‌ରେ ରବିବାର ଦିନ ଯେଉଁ ଅଭାବନୀୟ ଘଟଣା ଘଟିଲା, ତାହା ରାଜ୍ୟର ସ୍ବାଭିମାନ ଉପରେ ବାଧା ପହଞ୍ଚାଇଛି।

    ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜି ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍‌ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ।

    ରାଜ୍ୟ ସରକାର ଏବେ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏବେ କିଟ୍ ପରିସରରେ ୧୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ପ୍ରାୟ ୧୦୦୦ ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଛାତ୍ରଛାତ୍ରୀମାନଙ୍କୁ ମାନସିକ ରୂପେ ସାହସ ଫେରାଇ ଆଣିବାକୁ ସରକାର ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଫେରିଲା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯେପରି କୌଣସି ପ୍ରକାର ପ୍ରତିଶୋଧମୂଳକ ପଦକ୍ଷେପ ନନେବେ ସେଥି ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଉତ୍ତମ ବ୍ୟବସ୍ଥା ପାଇଁ କ’ଣ କରାଯାଇପାରିବ, ସେନେଇ ମଧ୍ୟ କୁହାଯାଇଛି। ପୂର୍ବର ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି। ଆଶା କରୁଛୁ ଶିକ୍ଷାର ବାତାବରଣ ଫେରି ଆସିବ।

    ଅନ୍ୟପଟରେ ମୃତ ଛାତ୍ରୀଙ୍କର ପୋଷ୍ଟମର୍ଟମ ଏମ୍ସରେ ଶେଷ ହୋଇଛି। ଶବ ବ୍ୟବଚ୍ଛେଦ ବେଳେ ଭୁବନେଶ୍ବର ଉପଜିଲ୍ଲାପାଳ ଉପସ୍ଥିତ ଥିଲେ। ସେହିପରି ଛାତ୍ରୀଙ୍କ ବାପା ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତାକାଲି ମୃତଦେହକୁ ବିମାନରେ ନେପାଳ ପଠାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.8 ° C
    39.8 °
    39.8 °
    17 %
    1.6kmh
    0 %
    Sat
    41 °
    Sun
    41 °
    Mon
    41 °
    Tue
    38 °
    Wed
    37 °

    ସମ୍ବନ୍ଧିତ