Friday, July 4, 2025
24.5 C
Odisha

    ନ୍ୟୁଜିଲାଣ୍ଡ ପ୍ରଥମ ଥର ଜିତିଲା ମହିଳା ଟି୨୦ ବିଶ୍ୱକପ

    ଆଗକୁ ପଢନ୍ତୁ

    ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଆମେଲିଆ କେର୍‌ (୪୩ ରନ ଓ ୩ ଉଇକେଟ)ଙ୍କ ଅଲରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହାର ଆଇସିସି ଟ୍ରଫି ମରୁଡି ଶେଷ କରିଛି।

    ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍‌ ପ୍ରଭାବୀ ବ୍ୟାଟିଂ କରିଛନ୍ତି। ଆମେଲିଆ ୪୩ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ରେ ସୀମିତ ରହିଥିଲା। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିଥିଲା। ଜର୍ଜିଆ ପ୍ଲିମର ମାତ୍ର ୯ ରନ୍‌ କରି ଆଉଟ ହୋଇଥିବା ବେଳେ କ୍ୟାରିୟରର ୩୩୪ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ସୁଜି ବେଟ୍ସ ୩୨ ରନ୍‌ କରିଥିଲେ। ସେ ଟପ୍‌ ସ୍କୋରର ଆମେଲିଆ କେର(୪୩)ଙ୍କ ସହ ୩୭ ରନ୍‌ ଯୋଡିଥିଲେ। ୩୧ ବଲ ଖେଳି ସେ ୩ ଚୌକା ମାରିଥିଲେ। ପରେ ଆମେଲିଆ କେର୍‌ ଓ ବ୍ରୁକ୍‌ ହାଲିଡେ(୩୮)ଙ୍କ ମଧ୍ୟରେ ୫୭ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ୧୯ ତମ ଓଭରରେ ଆଉଟ ହେବା ଆଗରୁ ଆମେଲିଆ ୩୮ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ବ୍ରୁକ୍‌ ହାଲିଡେ ୨୮ ବଲ୍‌ ଖେଳି ୩ ଚୌକା ସହ ୩୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋନକୁଲୁଲେକୋ ମାଲବା ୨, ଆୟୋବୋଙ୍ଗା ଖାଖା, କ୍ଲୋଏ ଟ୍ରାୟନ ଓ ନାଡିନ୍‌ ଡି କ୍ଲର୍କ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    2.7kmh
    100 %
    Fri
    28 °
    Sat
    28 °
    Sun
    27 °
    Mon
    25 °
    Tue
    26 °

    ସମ୍ବନ୍ଧିତ