Thursday, February 12, 2026
31.4 C
Odisha

    ପଢ଼ିବା ସମୟରେ କାହିଁକି ନିଦ ଲାଗେ ?ଜଣାନ୍ତୁ କାରଣ

    ଆଗକୁ ପଢନ୍ତୁ

    ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆମେ ଚାପଗ୍ରସ୍ତ ଅନୁଭବ କରିଥାଉ। ଫଳରେ ମସ୍ତିଷ୍କ ଥକିଯିବା କାରଣରୁ ଆମକୁ ନିଦ ମାଡ଼ିଥାଏ। ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଆହାର ସେବନ ଏହାର ଅନ୍ୟ ଏକ କାରଣ। କିନ୍ତୁ ବେଳେ ବେଳେ ପାଠ ପଢ଼ିବା ସମୟରେ ଆମକୁ ଅଳସୁଆ ଅନୁଭବ ହୋଇଥାଏ ଓ ନିଦ ଲାଗେ। ବିଶେଷକରି ଛାତ୍ରଛାତ୍ରୀଙ୍କ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଫଳରେ ସେମାନଙ୍କ ସ୍ମରଣଶକ୍ତି ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ନିଦ ଆସିବା ପଛରେ ମଧ୍ୟ ବିଜ୍ଞାନ ରହିଛି। ଆଖି ଉପରେ ଅଧିକ ଚାପ ପଡ଼ିଲେ ଏହାର ମାଂସପେଶୀ ଶିଥିଳ ହୋଇଥାଏ ଏବଂ ମସ୍ତିଷ୍କ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଇଥାଏ, ଫଳରେ ନିଦ ଆସିଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ କାରଣ ରହିଛି।

    ଅଧିକ ମାନସିକ କାର୍ଯ୍ୟ: ଅତ୍ୟାଧିକ ପାଠପଢ଼ା, ଦୀର୍ଘ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର କିମ୍ବା ଲାପଟପରେ କାମ କରିବା ଦ୍ୱାରା ମସ୍ତିଷ୍କ ଥକିଯାଏ। ଫଳରେ ମାନସିକ ଥକ୍କାପଣ ଶରୀର ଉପରେ ପ୍ରଭାବ ପକାଇଥାଏ ଏବଂ ଆମକୁ ନିଦ ଆସିଥାଏ।

    ଅନିୟମିତ ସ୍ଲିପ୍ ସାଇକେଲ: ସୁସ୍ଥ ଜୀବନଶୈଳୀ ପାଇଁ ସୁନିଦ୍ରା ଅତ୍ୟନ୍ତ ଜରୁରୀ। ଶୋଇବା ସମୟରେ ଅନିୟମିତତା ଦେଖାଦେଲେ ଅସମୟରେ ନିଦ ଆସିଥାଏ।

    ଅସନ୍ତୁଳିତ ଆହାର: ଅସନ୍ତୁଳିତ ଆହାର ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଏହାର ସେବନ କରିବା ଦ୍ୱାରା ଶରୀରକୁ ଉଚିତ ପୋଷଣ ମିଳିନଥାଏ ଏବଂ ଆମେ ଥକ୍କାପଣ ଅନୁଭବ କରିଥାଉ।

    ପଢ଼ିବା ସମୟରେ ଭୁଲ ଅଭ୍ୟାସ: ଦୀର୍ଘ ସମୟ ଧରି ଗୋଟିଏ ପୋଜିସନରେ ପାଠପଢ଼ିବା ଦ୍ୱାରା ଉଭୟ ଶରୀର ଓ ମସ୍ତିଷ୍କ ଶୀଘ୍ର ଥକିଯାଏ। ଏହା ବାଦ୍ କୌଣସି ବିଷୟରେ ରୁଚି ନଥିଲେ ଏହା ଏକ ବୋଝ ପରି ମନେ ହୁଏ ଓ ଶୀଘ୍ର ନିଦ ଆସିଥାଏ।

    ସ୍ୱାସ୍ଥ୍ୟ ସମସ୍ୟା: ରକ୍ତହୀନତା, ଥାଇରଏଡ୍‌, ଡିପ୍ରେସନ୍ ଆଦି ଭଳି ସମସ୍ୟା ପାଇଁ ବ୍ୟକ୍ତିଙ୍କୁ ଅସମୟରେ ନିଦ ଆସିଥାଏ।

    ପଢ଼ିବା ସମୟରେ କିପରି ନିଦକୁ ଏଡ଼ାଇ ପାରିବେ ?

    ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥାତ ୭-୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ।

    ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ସେବନ କରନ୍ତୁ। ଡାଏଟରେ ବିଭିନ୍ନ ପ୍ରକାର ଫଳ, ପନିପରିବା, ଡାଲି, କ୍ଷୀର ଜାତୀୟ ପଦାର୍ଥ ଇତ୍ୟାଦି ସାମିଲ କରନ୍ତୁ। ଯେତେଦୂର ସମ୍ଭବ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ।

    ଏକକାଳୀନ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପଢ଼ି ୩୦-୪୫ ମିନିଟରେ ୫-୧୦ ମିନିଟର ବ୍ରେକ୍ ନିଅନ୍ତୁ। ପାଠପଢ଼ା ପାଇଁ ଏକ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତୁ। ଗ୍ରୁପରେ ପାଠପଢ଼ିଲେ ଅଧିକ ନିଦ ଆସିନଥାଏ।

    ନିଜକୁ ସବୁବେଳେ ହାଇଡ୍ରେଟ୍ ରଖନ୍ତୁ।

    ବ୍ୟାୟାମ, ଧ୍ୟାନ, ଯୋଗ, ସଂଗୀତ ଶୁଣିବା ଭଳି ସୁଅଭ୍ୟାସ ଆପଣାନ୍ତୁ। ଏହା ମସ୍ତିଷ୍କ ଶାନ୍ତ ରଖିବା ସହ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    17 %
    2.3kmh
    0 %
    Thu
    30 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ