Thursday, April 2, 2026
28.9 C
Odisha

    ପହଣ୍ଡି ‌ବେଳେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ପଦକ୍ଷେପ ନେବା ପାଇଁ ଆଇନ୍‌ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀକ୍ଷେତ୍ରର ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାସ୍ଥଳକୁ ଯିବା ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଛନ୍ତି। ସେହିପରି ‌ଆହତ ସେବାୟତମାନଙ୍କର ଆଶୁ ଆରୋହଗ୍ୟ କାମନା କରିଛନ୍ତି।
    ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। ‌କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୫ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ଜାରି ରହିଛି। ବଡ଼ଠାକୁର ଆଡ଼ପ ମଣ୍ଡପରେ ବିରାଜମାନ କରିସାରିଛନ୍ତି। ତିନି ଠାକୁର ଆଡ଼ପ ମଣ୍ଡପରେ ବିରାଜମାନ କରିବା ବେଳକୁ ରାତି ୧୨ଟା ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ