Friday, May 1, 2026
26.3 C
Odisha

    ପହଲଗାମ ହମଲାରେ ସାହସିକତା ଦେଖାଇଲେ ୨ ନାବାଳିକା, ନ ଡରି ପର୍ଯ୍ୟଟକଙ୍କୁ ନିଜ ଘରେ ଦେଲେ ଆଶ୍ରୟ

    ଆଗକୁ ପଢନ୍ତୁ

    ଶ୍ରୀନଗର : ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ପ୍ରତ୍ୟେକ ଭାରତୀୟ ମନରେ ଛପିଯାଇଛି । ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ଆତଙ୍କବାଦୀଙ୍କଠାରୁ ଏହାର ବଦଲା ନେବା ପାଇଁ ସୁଯୋଗ ଖୋଜୁଛନ୍ତି । ହେଲେ ଏ ଭିତରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଥିବା କଶ୍ମୀରୀ ଲୋକଙ୍କ ସମ୍ପର୍କରେ ଖବର ପ୍ରକାଶ ପାଇବାରେ ଲାଗିଛି ।

    ଏବେ ୨ ଭଉଣୀ ସାମ୍ନାକୁ ଆସିଛନ୍ତି, ଯେଉଁମାନେ ୨୨ ତାରିଖ ଦିନ ଅନେକ ପର୍ଯ୍ୟଟକଙ୍କ ପାଇଁ ରକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଆତଙ୍କବାଦୀମାନେ ଯେତେବେଳେ ଲଗାତର ଗୁଳି ମାଡ଼ କରିଚାଲିଥଇଲେ, ସେତେବେଳେ ଲୋକମାନେ ଜୀବନବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଠିକ୍ ଏତିକି ବେଳେ ପର୍ଯ୍ୟଟକଙ୍କୁ ଆଶ୍ରୟ ଦେଲେ ଏହି ୨ ନାବାଳିକା ଭଉଣୀ । ରୁବିନା (୧୪) ମୁମତାଜା(୧୬)ତାଙ୍କ କାଦୁଅ ଲିପା ଘରେ ପର୍ଯ୍ୟଟକଙ୍କୁ ଆଶ୍ରୟ ଦେଇଥିଲେ ।

    ମୁମତାଜ ପର୍ଯ୍ୟଟକଙ୍କ ସାଙ୍ଗରେ ଥିବା ଛୋଟ ପିଲାଙ୍କୁ ସୁରକ୍ଷିତ ଭାବେ ନିଜ ସହ ଲୁଚାଇଥିବାବେଳେ ରୁବିନା ଚେନ୍ନାଇର ଏକ କପୁଲକୁ ଆଶ୍ରୟ ଦେବା ସହ ଅନେକ ପର୍ଯ୍ୟଟକଙ୍କୁ ଗାଇଡ୍ ମଧ୍ୟ କରିଥିଲେ ।ସୁରକ୍ଷିତ ଭାବେ ପର୍ଯ୍ୟଯକଙ୍କୁ ଆଶ୍ରୟ ଦେବା ପରେ ଆତଙ୍କବାଦୀମାନେ ଚାଲିଯିବା ପରେ ସେମାନେ ହୋଟେଲକୁ ଫେରିଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    67 %
    0.4kmh
    51 %
    Fri
    40 °
    Sat
    41 °
    Sun
    41 °
    Mon
    40 °
    Tue
    36 °

    ସମ୍ବନ୍ଧିତ