Thursday, April 30, 2026
41.9 C
Odisha

    କେମିକାଲ କମ୍ପାନୀରୁ ଗ୍ୟାସ୍ ଲିକ୍, ୨୪ ଜଣ ହସପିଟାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ପୁଣେ : ମହାରାଷ୍ଟ୍ରର ପୁଣେ ଗଙ୍ଗାଧାମରେ ଥିବା ଏକ କେମିକାଲ କମ୍ପାନୀରେ ଅଘଟଣ । ଏଠାରେ ବନ୍ଦ ରହିଥିବା ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅଗ୍ନିଶମବାହିନୀଙ୍କ ସମେତ ୨୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    ଅଗ୍ନିଶମ ଅଧିକାରୀଙ୍କ ଅନୁଯାୟୀ, କୋନ୍ଧୱା ଜିଲ୍ଲାର ଗଙ୍ଗାଧାମ ଅଞ୍ଚଳରେ ଥିବା ଏକ ଅଚଳ ଜଳ ବିଶୋଧନ ପ୍ଲାଣ୍ଟର ଏକ ଗୋଦାମରୁ ଏହି ଲିକ୍ ହୋଇଥିଲା । ରାତି ପ୍ରାୟ ୧ଟା ସମୟରେ ଏକ ପୁରୁଣା କ୍ଲୋରିନ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇ ଗ୍ୟାସ୍ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା, ତେଣୁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆଖପାଖରେ ଥିବା ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁରକ୍ଷା ଉପକରଣ ବ୍ୟବହାର କରି ଅଗ୍ନିଶମ କର୍ମଚାରୀମାନେ ଲିକ୍ ହେଉଥିବା ଟାଙ୍କିକୁ ସିଲ୍ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଏହି ସମୟରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଘଟଣା ସମୟରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ଏମାନଙ୍କ ଭିତରେ ୬ ଜଣ ପିଲା ରହିଛନ୍ତି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବା ପରେ ମୋଟ ୨୨ ଜଣ ସ୍ଥାନୀୟ ବାସିନ୍ଦା ଏବଂ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହସପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.9 ° C
    41.9 °
    41.9 °
    13 %
    5kmh
    0 %
    Thu
    43 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ