Wednesday, July 22, 2026
23.9 C
Odisha

    ପ୍ରକାଶ ପାଇଲା ICSE ଏବଂ ISC ପରୀକ୍ଷା ଫଳ, cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ଅଫିସିଆଲ ସାଇଟ୍ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହାସହିତ ଛାତ୍ରଛାତ୍ରୀ ଡିଜିଲକର ଏବଂ ଉମଙ୍ଗ ଆପ୍ ଜରିଆରେ UID କିମ୍ବା ଇଣ୍ଡେକ୍ସ ନମ୍ବର ଦେଇ ନିଜର ୧୦ମ ଏବଂ ୧୨ଶ ପରୀକ୍ଷାଫଳ ଚେକ୍ କରିପାରିବେ ।

    କେମିତି କରିବେ ଚେକ୍ :

    ପ୍ରଥମେ cisce.org ୱେବସାଇଟକୁ ଯିବାକୁ ହେବ ।
    ଏହାପରେ ହୋମପେଜରେ ICSE କିମ୍ବା ISCର ରେଜଲ୍ଟ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
    ନିଜର ରୋଲ ନମ୍ବର କିମ୍ବା ୟୁନିକ ଆଇଡି ଏବଂ ଅନ୍ୟ ଆବଶ୍ୟକ ସୂଚନା ଦିଅନ୍ତୁ ।
    ସବମିଟ୍ ବଟନରେ କ୍ଲିକ ରି ନିଜର ରେଜଲ୍ଟ ସ୍କ୍ରିନରେ ଦେଖିବାକୁ ମିଳିବ ।
    ଏହାପରେ ଡାଉନଲୋଡ କରି ପିଡିଏଫ ପ୍ରଣ୍ଟଆଉଟ କାଢି ରଖନ୍ତୁ ।

    ସୂଚନାଯୋଗ୍ୟ, ICSE ୧୦ମ ପରୀକ୍ଷା ୧୭ ଫେବ୍ରୁଆରୀରୁ ୩୦ ମାର୍ଚ୍ଚ ଯାଏଁ ଚାଲିଥିଲା । ସେହିପରି ISC ପରୀକ୍ଷା ୧୨ ଫେବ୍ରୁଆରୀରୁ ୩ ଏପ୍ରିଲ ଯାଏଁ ଚାଲିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    90 %
    2.4kmh
    100 %
    Wed
    24 °
    Thu
    28 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ