Saturday, March 14, 2026
21.9 C
Odisha

    ପାକିସ୍ତାନରୁ ଚାଲାଣ ୬ ପିସ୍ତଲ, ୧ କେଜି ହେରୋଇନ୍ ଜବତ: ୫ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ପାକିସ୍ତାନରୁ ପରିଚାଳିତ ହେଉଥିବା ଏକ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କକୁ ପଞ୍ଜାବ ପୁଲିସ ଠାବ କରିବାରେ ସଫଳ ହୋଇଛି। ନେଟ୍‌ୱର୍କ ଠାବ କରିବା ସହିତ ୬ଟି ପିସ୍ତଲ ଓ ୧ କିଲୋ ହେରୋଇନ ଜବତ କରିଛି। ନେଟୱର୍କରେ ଜଡିତ ୫ଜଣଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ନେଟୱର୍କ ଠାବ ସମ୍ପର୍କରେ ପଞ୍ଜାବ ପୁଲିସ ମହାନିର୍ଦେଶକ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ଅମୃତସର କମିସନରେଟ୍ ପୁଲିସ ଗୁଇନ୍ଦା ସୂଚନା ଆଧାରରେ ଏହି ନେଟୱର୍କକୁ ଠାବ କରିଛି।

    ନେଟୱର୍କର ୫ଜଣ ସଦସ୍ୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୫ଟି ପଏଣ୍ଟ ୩୦ ବୋର ଓ ଗୋଟିଏ ଗ୍ଲୋକ୍ ୯ଏମଏମ୍ ପିସ୍ତଲ ଜବତ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ ପାକିସ୍ତାନ ହ୍ୟାଣ୍ଡଲରଙ୍କ ଯୋଗାଯୋଗରେ ରହିଥିଲେ। ଡ୍ରୋନ ମାଧ୍ୟମରେ ପାକିସ୍ତାନ ପଟୁ ଆସୁଥିବା ଅସ୍ତ୍ରଶସ୍ତ୍ରକୁ ସେମାନେ ସଂଗ୍ରହ କରିବା ସହିତ ଏହାକୁ ବିଭିନ୍ନ ସ୍ଥାନକୁ ପଠାଉଥିଲେ। ଏହି ନେଟୱର୍କରେ ଅନ୍ୟ କେଉଁମାନେ ଜଡିତ ଅଛନ୍ତି ତାକୁ ଠାବ କରିବା ଲାଗି ଅଧିକ ତଦନ୍ତ କରାଯାଉଛି। ଏହି ଘଟଣାକୁ ନେଇ ଚେହର୍ତ୍ତା ଓ କ୍ୟାଣ୍ଟନମେଣ୍ଟ ଥାନାରେ ଆର୍ମ୍ସ ଆକ୍ଟ ଓ ଏନଡିପିଏସ୍‌ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଏକାଧିକ ଥର ସୀମାପାର ଚୋରା ଚାଲାଣକୁ ପ୍ରତିହତ କରିଥିଲା। ଡ୍ରୋନ ଯୋଗେ ପଠାଯାଉଥିବା ମାଦକ ଦ୍ରବ୍ୟକୁ ବିଏସ୍‌ଏଫ୍ ଜବତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ