Saturday, March 7, 2026
19.3 C
Odisha

    ପାକିସ୍ତାନ-ବାଂଲାଦେଶ ମିଳିତ ଗୁପ୍ତଚରୀ ଯୋଜନା: ଭାରତ ପାଇଁ ବଡ଼ ବିପଦ

    ଆଗକୁ ପଢନ୍ତୁ

    ଢାକା: ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢୁଥିବା ସାମରିକ ସମ୍ପର୍କ ମଧ୍ୟରେ ପାକିସ୍ତାନ ସେନାର ଗୁପ୍ତଚର ବିଭାଗ  ଆଇଏସଆଇର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକ ବାଂଲାଦେଶ ଗସ୍ତ କରିଛନ୍ତି। ଦଶନ୍ଧି ମଧ୍ୟରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ମୁଖ୍ୟଙ୍କ ଢାକାକୁ ଏହା ପ୍ରଥମ ଗସ୍ତ।ଯାହା ଭାରତର ପୂର୍ବ ଏବଂ ଉତ୍ତର ପୂର୍ବ ସୀମାରେ ନୂତନ ସୁରକ୍ଷା ଚ୍ୟାଲେଞ୍ଜକୁ ନେଇ ଚିନ୍ତା ବଢ଼ାଇଛି। ଆଇଏସଆଇ ମୁଖ୍ୟଙ୍କ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ସପ୍ତାହରେ ବାଂଲାଦେଶରୁ ଏକ ଉଚ୍ଚସ୍ତରୀୟ ପ୍ରତିରକ୍ଷା ପ୍ରତିନିଧି ଦଳ ପାକିସ୍ତାନ ଗସ୍ତରୁ ଫେରିଥିଲେ।

    ମଙ୍ଗଳବାର ଦିନ ଯେତେବେଳେ ଆଇଏସଆଇ ମୁଖ୍ୟ ଦୁବାଇ ଦେଇ ଢାକାରେ ପହଞ୍ଚିଥିଲେ,ସେତେବେଳେ ତାଙ୍କୁ ବାଂଲାଦେଶ ସେନାର କ୍ୱାର୍ଟର ମାଷ୍ଟର ଜେନେରାଲ (କ୍ୟୁଏମଜି ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଫୈଜୁର ରହମାନ ସ୍ୱାଗତ କରିଥିଲେ। ଦି ଇକୋନୋମିକ୍ ଟାଇମ୍ସ ଦ୍ୱାରା ମିଳିଥିବା ବିଶ୍ୱସ୍ତ ସୂଚନା ଅନୁଯାୟୀ, ରହମାନଙ୍କର ପାକିସ୍ତାନ ସହିତ ଘନିଷ୍ଠ ସମ୍ପର୍କ ରହିଛି।

    ଦୀର୍ଘ ବର୍ଷ ଧରି ଇସଲାମାବାଦ ଗସ୍ତରେ ଆସିଥିବା ବାଂଲାଦେଶ ସଶସ୍ତ୍ର ବାହିନୀର ପ୍ରିନ୍ସିପାଲ୍ ଷ୍ଟାଫ୍ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍ କାମ୍ରୁଲ ହାସନ ପ୍ରଥମ ବଙ୍ଗଳାଦେଶ ଜେନେରାଲ ଥିଲେ। ହାସନ ମଧ୍ୟ ବାଂଲାଦେଶ ସେନାର ଦ୍ୱିତୀୟ ର଼୍ୟାଙ୍କିଙ୍ଗ ଅଧିକାରୀ। ତାଙ୍କର ଏହି ଗସ୍ତ ସ୍ପଷ୍ଟ ଭାବେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କରେ ଅଗ୍ରଗତି ସୂଚାଉଛି ବୋଲି କୁହାଯାଉଛି।

    ଗତ ବର୍ଷ ଅଗଷ୍ଟରେ ଶେଖ ହସିନା ସରକାରଙ୍କ ପତନ ପରେ ଦଶନ୍ଧି ପରେ ପାକିସ୍ତାନ ଏବଂ ବାଂଲାଦେଶର ସୈନ୍ୟବାହିନୀ ମଧ୍ୟରେ ଏଭଳି ବୈଠକ ଆରମ୍ଭ ହୋଇଥିଲା। ହାସନ ପାକିସ୍ତାନ ଗସ୍ତ ସମୟରେ ଜେନେରାଲ ମୁନିର ଏବଂ ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ଜେନେରାଲ ସାହିର ଶମମଶାଦ ମିର୍ଜାଙ୍କ ସହ ପୃଥକ ବୈଠକ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ