Sunday, October 4, 2026
29.6 C
Odisha

    ପାରାଦୀପ ବନ୍ଦରରୁ ତିନି ସନ୍ଦିଗ୍ଧ ଘାନା ନାଗରିକ ଧରାପଡ଼ିଲେ

    ଆଗକୁ ପଢନ୍ତୁ

    ପାରାଦୀପ: ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଉକ୍ତ ଜାହାଜରେ ୩ ଜଣ ଘାନା ଦେଶର ନାଗରିକ ବେଆଇନ ଭାବେ ପ୍ରବେଶ କରି ପଳାଇ ଆସିଛନ୍ତି। ଯାହାକୁ ନେଇ ଇମିଗ୍ରେସନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଛି। ଜାହାଜକୁ ସିଆଇଏସଏଫ ଜବାନ ଜଗିଛନ୍ତି।
    ଯାଞ୍ଚ ପରେ ଜାହାଜର କ୍ୟାପଟେନଙ୍କୁ ଏକ ନୋଟିସ ଦିଆଯିବ। ସେହି ଜାହଜର ନାବିକ ଆଉ ଭାରତର କୌଣସି ବନ୍ଦରରେ ଓହ୍ଲାଇ ପାରିବେ ନାହିଁ ବୋଲି ଇମିଗ୍ରେସନ ଅଧିକାରୀ ମାନସରଞ୍ଜନ ଦାସ କହିଛନ୍ତି। ଜାହାଜରେ ଏଏମଏନଏସ କମ୍ପାନୀର କୋଇଲା ଆସିଛି। ଉକ୍ତ ଜାହାଜରେ ସମୁଦାୟ ୨୦ ଜଣ ନାବିକ ଅଛନ୍ତି। ଯେଉଁମାନଙ୍କର କାଗଜପତ୍ର ଠିକ ଅଛି। ଜାହାଜ ଏପ୍ରିଲ ମାସରେ ଘାନା ଦେଶରେ ଥିବା ବେଳେ ଏହି ୩ ଜଣ ଲୁଚିକି ଜାହାଜରେ ଆସିଥିଲେ। ସେବେଠାରୁ ଜାହାଜରେ ଅଛନ୍ତି। ଜାହାଜ ତୁର୍କୀ ଦେଶରେ ପହଞ୍ଚିବା ପରେ ସେଠାରେ ଉକ୍ତ ୩ ନାଗରିକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜାହାଜ କ୍ୟାପଟେନ ଇମିଗ୍ରେସନକୁ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ