Monday, September 14, 2026
24.7 C
Odisha

    ପୁଣି ବର୍ବରତା; ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ: କରମା ପୂଜା ଦେଖିବାକୁ ଆସିଥିବା ବେଳେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣ ସଂପୃକ୍ତ ଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି।
    ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ଜଣାଯାଇଛି। ସେମାନଙ୍କ ଘର ବୀରମିତ୍ରପୁର ଥାନା ରାଇବଗା ଅଞ୍ଚଳରେ ବୋଲି ଜଣାଯାଇଛି। ୧୬ ତାରିଖ ରାତିରେ ଯୁବତୀ ଜଣଙ୍କ ରାଜଗାଙ୍ଗପୁରକୁ କରମା ପୂଜା ଦେଖିବାକୁ ଆସିଥିଲେ। ଏହି ସମୟରେ ଯୁବତୀଙ୍କ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୭ ତାରିଖରେ ପରିବାର ଲୋକେ କୁତ୍ରା ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ଜଣକୁ ପୋଲିସ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ