Monday, January 19, 2026
14.6 C
Odisha

    ପୁଲିସକୁ ବଡ ସଫଳତା, ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ସୋମନାଥ

    ଆଗକୁ ପଢନ୍ତୁ

    ବଲାଙ୍ଗୀର:ଶନିବାର ବଲାଙ୍ଗିର ବରଗଡ଼ ମହସମୁନ୍ଦ ଡିଭିଜନର ଜଣେ କେଡର୍ ମାଓବାଦୀ ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ସୋମନାଥ ଅଚେଲା । ସେ ବିବିଏମ୍ ଡିଭିଜନରେ ଏରିଆ କମାଣ୍ଡର ଭାବେ ନିୟୋଜିତ ହୋଇଥିବା ଜଣାପଡିଛି। ଗତ କିଛି ଦିନ ହେଲା ବଲାଙ୍ଗିର , ନୂଆପଡ଼ା ଓ ବରଗଡ଼ ଜିଲ୍ଲା ସୀମା ରେ ଥିବା ଗର୍ଦ୍ଧମାର୍ଧନ ଜଙ୍ଗଲରେ ପୁଲିସ ଓ କେନ୍ଦ୍ରୀୟ ବଳ ମିଶି କମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ଉଭୟ ପକ୍ଷରୁ ଫାୟରିଂ ହୋଇଥିଲା। ଏହି ସମୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁଲିସ ସର୍ଚ୍ଚ ଅପରେସନ ମଧ୍ୟ କରିଥିଲା। ଏହି ଭିତରେ ପୁଲିସ ହାତରେ ଏହି ମାଓବାଦୀ ଲାଗିଥିବାବେଳେ ସେ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିବା ଜଣାପଡିଛି । ଶନିବାର ଆତ୍ମସମର୍ପଣ କରିଥିବା ମାଓବାଦୀ ସୋମନାଥ ଅଚେଲା ଛତିଶଗଡ଼ କାଙ୍କର ଜିଲ୍ଲାର ବୋଲି ଜଣାପଡିଛି। ସେ ୨୦୦୬ ରେ ମାଓ କ୍ୟାମ୍ପ ସହ ଯୋଡ଼ି ହୋଇଥିଲା। ପରେ ୨୦୧୧ ମସିହା ପରେ ସେ ବଲାଙ୍ଗିର ଅଞ୍ଚଳରେ ମାଓ ଗତିବିଧି ରେ ସେ ସଂପୃକ୍ତ ଥିବା ଏସପି ସୂଚନା ଋଷିକେଶ ଖିଲାରି ସୂଚନା ଦେଇଛନ୍ତି । ତେବେ ସେ ଏସିଏମ ପଦବୀରେ କାର୍ଯ୍ୟରତ ଥିବା ବେଳେ ଆତ୍ମସମର୍ପଣ କରିଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ