Friday, September 11, 2026
23.8 C
Odisha

    ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଳୁ ଫେରାଇ ନେଇଗଲେ ମମତା । ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁନି ଆଳୁ। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ଥିବା ଶହ ଶହ ଆଳୁ ଟ୍ରକ ଫେରି ଯାଇଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ଆଉ ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ନବୀନ ଚିଠିରେ ଲେଖିଛନ୍ତି ଯେ ଓଡିଶାବାସୀଙ୍କ ପାଇଁ ଆଳୁ ଅତ୍ୟାବଶ୍ୟକ ଦ୍ରବ୍ୟ | କମ ବର୍ଷା ଯୋଗୁଁ ବଜାରକୁ ଅଳ୍ପ ଆଳୁ ହିଁ ଆସିପାରିଛି | ଯାହାଦ୍ୱାରା ମୂଲ୍ୟ ବଢିଛି | ଏହି ମୂଲ୍ୟ ବଢିବା ଦ୍ୱାରା ସାଧାରଣ ଲୋକ ପ୍ରଭାବିତ ହେବେ | ଓଡିଶା-ପଶ୍ଚିମବଙ୍ଗ ସୀମାରୁ ଟ୍ରକ ଫେରିଯାଉଥିବାର ଜାଣିବାକୁ ପାଇଲି |

    ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୃଢ ସଂସ୍କୁତିକ ବନ୍ଧନ ଅଛି ଓ ଆମେ ସମସ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ | ତେଣୁ ଆପଣ ଏ ନେଇ ପଦକ୍ଷେପ ନିଅନ୍ତୁ ଓ କିଭଳି ଆଳୁ ଯୋଗାଣ ହୋଇପାରିବ ସେଦିଗରେ ଦୃଷ୍ଟି ଦିଅନ୍ତୁ | ଉଲ୍ଲେଖ ଥାଉ କି ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି। ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ