Saturday, March 14, 2026
38.2 C
Odisha

    ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ବ୍ରହ୍ମପୁରରେ ସିବିଆଇ ଦଳ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  : ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ ଭାର ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏକ ଦଳ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଗତକାଲି ସିବିଆଇ ଦଳ ବ୍ରହ୍ମପୁର କୋର୍ଟରେ ପହଞ୍ଚି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ସିଲିକନ୍‌ ମାଲିକ ସୁରେଶଚନ୍ଦ୍ର ନାୟକ, ଦଲାଲ ତଥା ଏଜେଣ୍ଟ ଅରବିନ୍ଦ ଦାସ ଓ ସାଗର ଗୌଡ଼ଙ୍କ ଜାମିନ ଆବେଦନକୁ ବିରୋଧ କରିବା ସହ ଏହି ମାମଲା ସିବିଆଇ କୋର୍ଟକୁ ହସ୍ତାନ୍ତର ପାଇଁ ପିଟିସନ ଦାଖଲ କରିଛନ୍ତି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ସିବିଆଇ ପକ୍ଷରୁ ଆବେଦନ କରାଯାଇଛି।

    ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାର ତଦନ୍ତ କରାଯାଉଥିବା ବେଳେ କିଛି ଦିନ ତଳେ ମାମଲା ସିବିଆଇ ହାତକୁ ଯାଇଛି। ଦୁଇ ଦିନ ତଳେ ସିବିଆଇର ଏକ ଦଳ ଭୁବନେଶ୍ବର ଠାରେ ବ୍ରହ୍ମପୁର ଏସପିଙ୍କୁ ଭେଟି ମାମଲା ବିଷୟରେ ଆଲୋଚନା କରିଥିଲେ। ଆଜି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଏବଂ ସିବିଆଇ ପବ୍ଲିକ ପ୍ରସିକ୍ୟୁଟର(ପିପି) ବ୍ରହ୍ମପୁରରେ ପହଞ୍ଚିଥିଲେ। ସିବିଆଇ ଟିମ ପ୍ରଥମେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ପହଞ୍ଚିଥିଲେ। ଏହି କୋର୍ଟରେ ଅଭିଯୁକ୍ତ ଶଙ୍କର, ସୁରେଶ, ଅରବିନ୍ଦ ଓ ସାଗରଙ୍କ ଜାମିନ ଆବେଦନ ଶୁଣାଣି ଜାରି ରହିଥିବା ବେଳେ ସିବିଆଇର ଓକିଲ ଜାମିନ ଆବେଦନକୁ ବିରୋଧ କରିଥିଲେ। ଆଜି ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗରଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ହେଲେ ଅରବିନ୍ଦଙ୍କ ଓକିଲ ଅନୁପସ୍ଥିତ ଥିବାରୁ ତାଙ୍କର ଜାମିନ ଶୁଣାଣି ହୋଇପାରିନଥିଲା। ଉଭୟ ପକ୍ଷର ଓକିଲଙ୍କଠାରୁ ଶୁଣିବା ପରେ ଭିଜିଲାନ୍ସ ଜଜ ଅଭିଯୁକ୍ତ ଶଙ୍କର, ସୁରେଶ ଓ ସାଗରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ବୋଲି ଗଞ୍ଜାମ ଜିଲା ପିପି ବିଶ୍ବଜିତ ବରାଳଙ୍କ ଠାରୁ ସୂଚନା ମିଳିଛି।

    ଏହାପରେ ସିବିଆଇ ଟିମ୍ ମୂଳ କୋର୍ଟ ତଥା ଜେଏମଏଫସି କୋର୍ଟରେ ପହଞ୍ଚି ଏହି ମାମଲା ତଥା କେସ ରେକର୍ଡ ସିବିଆଇ କୋର୍ଟକୁ ହସ୍ତାନ୍ତର କରିବାକୁ ପିଟିସନ ଦାଖଲ କରିଥିଲେ। ଏହାସହିତ ଜେଲରେ ଥିବା ସମସ୍ତ ୧୧ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବାକୁ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନ ଦାଖଲ ସମୟରେ ପୂର୍ବରୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଡିଏସପି ସମେତ ଅନ୍ୟ ଅଧିକାରୀ ଓ ବହୁ ପୁଲିସ କର୍ମଚାରୀ କୋର୍ଟରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    8 %
    3.6kmh
    0 %
    Sat
    39 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ