Thursday, October 8, 2026
22.2 C
Odisha

    ୧୬ରେ ବିଧାନସଭା ବୈଠକ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଗତକାଲି ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି। ମାର୍ଚ୍ଚ ୧୬ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରଶ୍ନଗୁଡିକର ଉତ୍ତର ୧୭ ତାରିଖ (ମଙ୍ଗଳବାର) ଗୃହରେ ଉପସ୍ଥାପିତ ହେବ ବୋଲି ଧରି ନିଆଯିବ।

    ଫେବୃଆରୀ ୨୪ରେ ଗୃହ ସହମତ ହୋଇଥିବା ୨୦୨୬-୨୭ ଆର୍ଥିକ ବର୍ଷ ବଜେଟର ଆଲୋଚନା ଏବଂ ଭେ‌ାଟ ଗ୍ରହଣ ପାଇଁ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ସମ୍ପର୍କିତ ଅନୁଦାନ ଦାବିଗୁଡିକୁ ମାର୍ଚ୍ଚ ୨୦ ପାଇଁ ସ୍ଥିରିକୃତ ହୋଇଥିବା ନିର୍ମାଣ ବିଭାଗ ସହିତ ଆଲୋଚନା ଓ ଭୋଟ ଗ୍ରହଣ ପାଇଁ ନିଆଯିବ। ତେଣୁ ଗୃହକାର୍ଯ୍ୟ ଚଳିତ ମାସ ୧୭ (ମଙ୍ଗଳବାର) ପୂର୍ବାହ୍ଣ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ