Friday, May 1, 2026
28.1 C
Odisha

    ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପ୍ରକାଶ ପାଇଲା ରେଜଲ୍ଟ. । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବୋର୍ଡ଼ର ୱେବସାଇଟwww.bseodisha.ac.in ରେ ସନ୍ଧ୍ୟା ୬ ଟାରୁ ଉପଲବ୍ଧ ହେବ ରେଜଲ୍ଟ. । ଏସଏମଏସ କରି ରେଜଲ୍ଟ ମଧ୍ୟ ଜାଣିହେବ.OR10 ଲେଖି ରୋଲ ନମ୍ବର ଦେଇ 5676750 କୁ ମେସେଜ କଲେ ଆସିଯିବ ରେଜଲ୍ଟ.ସୂଚନା ମୁତାବକ ଗତ ୧୯ ରୁ ଆରମ୍ଭ ହେଇଥିଲା ମାଟ୍ରିକ ଖାତା ଦେଖା। ରାଜ୍ୟର ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏହି ଖାତା ଦେଖା କାମରେ ନିୟୋଜିତ ହେଇଥିଲେ । ମେ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ବୋର୍ଡର ଲକ୍ଷ୍ୟ ରଖିଥିଲା । ଫେବୃଆରୀ ୨୧ ରୁ ରାଜ୍ୟର ୩୧୩୩ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଚାଲିଥିଲା। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    2.1kmh
    93 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ