Wednesday, July 22, 2026
23.3 C
Odisha

    ରାଜ୍ୟରେ ବିଢ଼ିବ ଇଭି ଚାର୍ଜିଂ ଷ୍ଟେସନ୍, ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ହେବ ୧୯୦ଟି ଚାର୍ଜିଂ ଷ୍ଟେସନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବିଢ଼ିବ ଇଭି ଚାର୍ଜିଂ ଷ୍ଟେସନ୍ । ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଜରିଆରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଚାର୍ଜିଂ ଷ୍ଟେସନ୍ କ୍ଷମତା ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଚୟନ କରୁଛନ୍ତି ହେଭି ଇଲେକ୍ଟ୍ରିକାଲ ଲିମିଟେଡର ଏକ ସ୍ୱତନ୍ତ୍ର ଟିମ୍ । ବିଶେଷ କରି ଏନ୍ଏଚ୍, ଧାର୍ମିକ ସ୍ଥାନ, ସରକାରୀ କାର୍ଯ୍ୟାଳୟ ଓ ଜନଗହଳିପୂର୍ଣ୍ଣ ଭଳି ଉପଯୁକ୍ତ ସ୍ଥାନ ବୁଲି ଦେଖୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ଯର ୬ଟି ସହର ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ପୁରୀ ଭଳି ସ୍ଥାନରେ ୧୯୦ଟି ଚାର୍ଜିଂ ଷ୍ଟେସନ୍ କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରୁଛି ଟିମ ।

    ଏହା ଦ୍ବାରା ଇଭି ଇକୋସିଷ୍ଟମ ସୁଦୃଢ଼ ହେବ ଲୋକଙ୍କୁ ନିର୍ଭୟରେ ଇଭି ଗାଡି ନେଇ ବାହାରକୁ ଯିବାକୁ ଡର ଲାଗିବ ନାହିଁ। ଚାର୍ଜି ଷ୍ଟେସନର ଭୟ ରହିବ ନାହିଁ । ପରିବେଶ ସୁରକ୍ଷା ଓ ଜିରୋ ନେଟ ନିର୍ଗମନ ଲକ୍ଷ ହାସଲ ପାଇଁ ଏକ ବାଟ ଫିଟିବ । ଏନେଇ ଆଗାମୀ ୭ ଦିନରେ ରାଜ୍ୟ ପରିବହନ ସହ PWCO ରାହାଗିରି ଫାଉଣ୍ଡେସନ୍ ସହ ମିଶି ସାଇଟ୍ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    2.9kmh
    100 %
    Wed
    25 °
    Thu
    27 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ