Sunday, January 18, 2026
30.1 C
Odisha

    ପ୍ରଶାସନ କିଣୁନି ଧାନ: ରାସ୍ତାରୋକ କଲେ ଚାଷୀ

    ଆଗକୁ ପଢନ୍ତୁ

    ପାରଳାଖେମୁଣ୍ଡି: ଜାନୁୟାରି ମାସର ଅଧା ସରିଲାଣି, ତଥାପି ଧାନ କିଣାଯାଉନାହିଁ । ବାରମ୍ବାର ଦାବିପରେ ମଧ୍ୟ ପ୍ରଶାସନ ଶୁଣୁନାହିଁ । ଫଳରେ ଆଜି ଯାଏଁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି।ସ୍ଥାନୀୟ ସାତମାଇଲ ଛକରେ ଚାଷୀ ରାସ୍ତାରୋକ କରିଥିଲେ ।ଘଟଣାସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ପାରଳାଖେମୁଣ୍ଡି ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ସନ୍ତୁଷ୍ଟ ନଥିବା ଚାଷୀ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ କରିଥିଲେ। ପରେ ଏହି ସବୁଧାନ ଅତିଶୀଘ୍ର କିଣାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

    ବର୍ଷ ତମାମ ଖରା,ବର୍ଷା ଓ ଶୀତରେ ଖଟି ଉତ୍ପାଦନ କରିଥିବା ଫସଲ ଠିକ୍ ଅମଳ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ହେଲେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି । ନଭେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲିବା କଥା। ହେଲେ ଚଳିତ ବର୍ଷ ଜାନୁୟାରୀ ୭ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇଥିଲା ।ସାତମାଇଲ ଛକରେ ଚାଷୀ ରାସ୍ତାରୋକ କରିଥିଲେ । ଫଳରେ ପାରଳାଖେମୁଣ୍ଡି- ମୋହନା ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସାଧାରଣଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ଜିଲ୍ଲା ଯୋଗାଣ ଅଧିକାରୀ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ଚାଷୀମାନେ ଅଟକ ରଖିଥିଲେ ।

    ଏହାପରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ତହସିଲଦାର ଓ ଗୁରାଣ୍ଡି ଥାନା ପୁଲିସ ପହଞ୍ଚି ଆଲୋଚନା କରିବା ସହ ୩ଦିନ ମଧ୍ୟରେ ସେମାନଙ୍କ ଧାନ କିଣାଯିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲୁନାହିଁ। ଯେଉଁ କେତେକ ସ୍ଥାନରେ ମଣ୍ଡି ଖୋଲିଛି ସେଠାରେ ଧାନ କିଣା ନଯାଇ ମିଲରଙ୍କ ପାଖକୁ ପଠାଯାଉଛି । ମିଲରମାନେ ବିଭିନ୍ନ ବାହାନା ଦେଖାଇ ଧାନ କିଣୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

    ଉପସ୍ଥିତ କିଛି ଚାଷୀଙ୍କ ସହ ଆଲୋଚନା ବେଳ ସେମାନେ କହିଥିଲେ କି  ଅଦିନିଆ ବର୍ଷାରେ ଆମର ଫସଲ ନଷ୍ଟ ହୋଇଥିବା ବେଳେ ଏବେ ପ୍ରଶାସନିକ ଅବହେଳା ଆମକୁ ଅଧିକ କନ୍ଦାଉଛି। କେବଳ ଯେ, ୩୧୦୦ ଟଙ୍କା ଦେଇଦେଲେ ଚାଷୀ ସନ୍ତୁଷ୍ଟ ହେବେ ନାହିଁ ବରଂ ସେମାନଙ୍କ ଧାନକୁ ସମାନ ସମୟରେ ଗ୍ରହଣ କରିବା ଏବଂ ଚାଷୀଙ୍କର କଷ୍ଟର ମୂଲ୍ୟ ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ।ଜାନୁୟାରି ମାସର ଅଧାରୁ ଅଧିକ ଦିନ ବିତିସାରିଥିଲେ ମଧ୍ୟ ଆଜି ଯାଏଁ ଧାନ ବିକ୍ରି କରି ନପାରିବା ଚାଷୀଙ୍କୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି ବୋଲି ସେମାନେ କହିଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କହଛନ୍ତି ଯେ, ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଜାରିରହିଛି।

    ଗୋଷାଣି ବ୍ଲକରେ କିଛି ସମସ୍ୟା ରହିଛି । ଗୋଷାଣୀ ବ୍ଲକରେ ୨୫ଟି ମଣ୍ଡି ଖୋଲିବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୦ଟି ମଣ୍ଡି ହିଁ ଖୋଲା ଯାଇପାରିଛି। ତେଣୁ ସମସ୍ୟା ଦେଖାଦେଇଛି। ଯେଉଁଥି ପାଇଁ ଚାଷୀମାନେ ଶନିବାର ଆନ୍ଦୋଳନ କରିଥିଲେ । ତେବେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଏପରିକି ଆସନ୍ତା ୩ଦିନ ମଧ୍ୟରେ ଚାଷୀଙ୍କ ସମସ୍ତ ଧାନ କିଣାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବା ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    12 %
    2.7kmh
    0 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ