Tuesday, May 26, 2026
45.1 C
Odisha

    ବଢ଼ିଲା ସାମ୍ବାଦିକଙ୍କ ପେନ୍‌ସନ

    ଆଗକୁ ପଢନ୍ତୁ

    ବିହାର : ବିହାର ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏବେ ବିହାରର ମାନ୍ୟତାପ୍ରାପ୍ତ ସାମ୍ବାଦିକମାନଙ୍କ ପେନ୍‌ସନ୍‌ ରାଶି ବୃଦ୍ଧି କରାଯାଇଛି। ସାମ୍ବାଦିକମାନେ ମାସିକ ୬ ହଜାର ବଦଳରେ ୧୫ ହଜାର ପେନ୍‌ସନ ପାଇବେ। ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ପେନ୍‌ସନ୍‌ର ହକ୍‌ଦାରଙ୍କୁ ମାସିକ ୩ ହଜାର ବଦଳରେ ୧୦ ହଜାର ଟଙ୍କା ମିଳିବ। ନୀତୀଶ କୁମାର ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୋତେ ଏ କଥା କହିବା ବେଳେ ଖୁସି ଲାଗୁଛି ଯେ ‘ବିହାରର ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା’ ଜରିଆରେ ଏବେ ପ୍ରତି ମାସିକ ପେନ୍‌ସନ୍‌ ୬ ହଜାର ଜାଗାରେ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଇ ଦିଆଯିବାକୁ ଘୋଷଣା କରାଯାଇଛି। ସେଇଭଳି ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ତା‌ଙ୍କ ଜୀବନସାଥୀଙ୍କୁ ମାସିକ ୩ ହଜାର ଜାଗାରେ ୧୦ ହଜାର ଟଙ୍କା ମିଳିବ। ଗଣତନ୍ତ୍ରରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସାମାଜିକ ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଆରମ୍ଭରୁ ସାମ୍ବାଦିକମାନଙ୍କ ସୁବିଧାର ଯତ୍ନ ନେଇଆସୁଛୁ। ଯାହାଦ୍ୱାରା ସେମାନେ ନିରପେକ୍ଷ ଭାବରେ ସାମ୍ବାଦିକତା କରିପାରିବେ ଏବଂ ଅବସର ପରେ ଏକ ସମ୍ମାନଜନକ ଜୀବନଯାପନ କରିପାରିବେ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    45.1 ° C
    45.1 °
    45.1 °
    11 %
    3.3kmh
    10 %
    Tue
    42 °
    Wed
    45 °
    Thu
    46 °
    Fri
    45 °
    Sat
    42 °

    ସମ୍ବନ୍ଧିତ