Saturday, May 2, 2026
41.6 C
Odisha

    ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦ କଲା ଆମେରିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରେ ଟ୍ରମ୍ପ ସରକାର ଗୋଟିଏ ପରେ ଗୋଟିଏ ଅନେକ ବଡ଼ ଏବଂ କଠୋର ନିଷ୍ପତ୍ତି ନେଉଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶ ୟୁନୁସ ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି । ବାଂଲାଦେଶକୁ ଆମେରିକା ଯୋଗାଉଥିବା ସମସ୍ତ ପ୍ରକାର ସହାୟତାକୁ ବନ୍ଦ କରିବାକୁ ଯାଉଛି । ଟ୍ରମ୍ପ୍‌ ସରକାର ରବିବାର ଦିନ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ୟୁନାଇଟେଡ୍‌ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସ୍‌ଏଆଇଡି) ଏକ ନିର୍ଦ୍ଦେଶାବଳୀ ଜାରି କରିଛି ।ଏହି ବିଷୟରେ ୟୁଏସ୍‌ଏଆଇଡି ଦ୍ୱାରା ଏକ ଚିଠି ମଧ୍ୟ ଜାରି କରାଯାଇଛି । ଏହି ଚିଠିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟନିବାର୍ହୀ ଆଦେଶକୁ ଦର୍ଶାଇ କୁହାଯାଇଛି ଯେ, ୟୁଏସ୍‌ଏଆଇଡି ଏବଂ ବାଂଲାଦେଶ ଚୁକ୍ତିନାମା ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ସବ୍‌ସିଡି, ସହଯୋଗୀ ଚୁକ୍ତିନାମା କିମ୍ବା ଅନ୍ୟାନ୍ୟ ସହାୟତାକୁ ତୁରନ୍ତ ସ୍ଥଗିତ ରଖିବାକୁ ସମସ୍ତ ୟୁଏସ୍‌ଏଆଇଡି ସହଭାଗୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆମେରିକାର ଏହି ପଦକ୍ଷେପ ବାଂଲାଦେଶ ପାଇଁ ବଡ଼ ଝଟ୍‌କା ହେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ