Monday, October 12, 2026
22.3 C
Odisha

    ଟ୍ରମ୍ପଙ୍କ ସୁନା ପ୍ରତିମୂର୍ତ୍ତିକୁ ନେଇ ବିବାଦ

    ଆଗକୁ ପଢନ୍ତୁ

    ୱାଶିଂଟନ : ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରି ବିଶ୍ବବାସୀଙ୍କ ଚକ୍ଷୁଶୂଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି। ମିଆମିସ୍ଥିତ ‘ଟ୍ରମ୍ପ ନ୍ୟାସନାଲ ଡୋରାଲ ଗଲ୍‌ଫ ରିସର୍ଟ’ରେ ଟ୍ରମ୍ପଙ୍କ ୨୨ ଫୁଟ ଉଚ୍ଚତାର ସୁନା ପ୍ରତିମୂର୍ତ୍ତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଆରମ୍ଭ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ‘ଡନ୍‌ କଲୋସସ୍‌’ ଭାବେ ନାମିତ କରାଯାଇଛି। ପ୍ରାୟ ୩ ଟନ୍‌ ଓଜନ ବିଶିଷ୍ଟ ଏହି ପ୍ରତିମୂର୍ତ୍ତିକୁ ଆମେରିକାର ବିଶିଷ୍ଟ ସ୍ଥପତି ଆଲାନ କଟ୍ରିିଲ ନିର୍ମାଣ କରିଛନ୍ତି। ପ୍ରତିମୂର୍ତ୍ତିଟି ବ୍ରୋଞ୍ଜରେ ନିର୍ମିତ ହୋଇଥିବାବେଳେ ଏହାର ଉପରିଭାଗକୁ ସୁନାରେ ଛାଉଣି କରାଯାଇଛି। ଏଥିପାଇଁ ସ୍ଥପତି କଟ୍ରିଲଙ୍କୁ ପାରିଶ୍ରମିକ ବାବଦରେ ମୋଟ ୩,୬୦,୦୦୦ ଡଲାର ପ୍ରଦାନ କରାଯାଇଛି। ପ୍ରତିମୂର୍ତ୍ତିରେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି। ଏଭଳି ପ୍ରତିମୂର୍ତ୍ତି ନିର୍ମାଣ କରି ଟ୍ରମ୍ପ ନିଜକୁ ଏକଛତ୍ରବାଦୀ ଶାସକଭାବେ ପ୍ରତିପାଦନ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ଉପଭୋକ୍ତା ମତବ୍ୟକ୍ତ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ଜଣାପଡିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ