Tuesday, September 1, 2026
27 C
Odisha

    ପୁଣି ମହଙ୍ଗା ମାଡ: ବଢ଼ିଲା କ୍ଷୀର ଦାମ୍‌, ଆଜିଠୁ ହେବ ଲାଗୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି ୩୯ ଟଙ୍କା ୫ ପଇସା ପାଇବେ । ରାଜ୍ୟର ପ୍ରାୟ ୩ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ଭାବେ ସହାୟତା କରିବା ପାଇଁ ସରକାର କ୍ରୟ ମୂଲ୍ୟ ବୃଦ୍ଧି କରିଥିବାବେଳେ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଗୋଖାଦ୍ୟ , ମେଡିସିନ ଏବଂ ପିଡିଆ ଭଳି ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଓମଫେଡ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    81 %
    3.6kmh
    98 %
    Tue
    28 °
    Wed
    30 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ