Friday, October 16, 2026
28.4 C
Odisha

    ବାଂଲାଦେଶରେ ମନ୍ଦିର ଉପରେ ପୁଣି ଆକ୍ରମଣ : ମନ୍ଦିରରେ ନିଆଁ ଲଗାଇଲେ

    ଆଗକୁ ପଢନ୍ତୁ

    ବାଂଲାଦେଶରେ ହିନ୍ଦୁ ସମାଜ ଉପରେ ଚାଲିଥିବା କ୍ରମାଗତ ଆକ୍ରମଣ ଏବଂ ମନ୍ଦିର ଭଙ୍ଗା ଘଟଣାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା ସହିତ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି। ଏପରିକି ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉଦବେଗ ପ୍ରକାଶ କରାଯାଇଛି। ଏହାସତ୍ତ୍ବେ ସେଠାରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ୟୁନୁସ୍‌ ସରକାର ତିଳେ ମାତ୍ର ବିଚଳିତ ନ ଥିବା ଦେଖାଯାଇଛି। ଏହାମଧ୍ୟରେ ଢାକାରେ ପୁଣି ଦୁଇଟି ମନ୍ଦିରକୁ ଶନିବାର ପ୍ରତ୍ୟୁଷରେ ଭାଙ୍ଗି ଦିଆଯିବାର ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ରାଧାକ୍ରିଷ୍ଣ ମନ୍ଦିର ଏବଂ ମହାଭାଗ୍ୟ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଶନିବାର ପ୍ରତ୍ୟୁଷରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲା ବେଳେ ଏଠାରେ ରହିଥିବା ବିଭିନ୍ନ ମୂର୍ତ୍ତିଗୁଡିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ବୋଲି କୋଲକାତାସ୍ଥିତ ଇସ୍କନ ସଂଗଠନର ଉପ ସଭାପତି ରାଧାରମଣ ଦାସ କହିଛନ୍ତି।

    ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିରର ପଛପଟେ ରହିଥିବା ଟିଣ ଛାତରେ ପେଟ୍ରୋଲ ପକାଇ ଜଳାଇ ଦେବା ପରେ ମୂର୍ତ୍ତି ଭାଙ୍ଗି ଦେଇଥିବା ସେ ‘ ଏକ୍ସ’ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି। ଗୋଟିଏ ପକ୍ଷରେ ଏଠାକାର ବୈଷ୍ଣବ ସଂପ୍ରଦାୟ ଉପରେ କଠୋରପନ୍ଥୀ ସଂଗଠନ ଗୁଡିକର ଆକ୍ରମଣ ବଢି ଚାଲିଥିଲା ବେଳେ ସ୍ବର ଉତ୍ତୋଳନ କଲେ ବିଭିନ୍ନ ହନ୍ଦୁ ସଂଗଠନର ସଦସ୍ୟମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଉଛି। ୟୁନୁସ୍‌ ସରକାର କେବଳ ନିରବଦ୍ରଷ୍ଟା ସାଜି ସବୁକିଛି ଦେଖୁଛନ୍ତି , ହେଲେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ରାଧାରମଣ କହିଛନ୍ତି। ଏଭଳି ଘଟଣାକୁ ଆମେରିକା କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ଦାବି କରିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଆସନ୍ତା ୯ ତାରିଖରେ ବାଂଲାଦେଶ ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ରହିଛି। ସେ ନିଜର ବାଂଲାଦେଶ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ହିନ୍ଦୁ ସୁରକ୍ଷା ପାଇଁ ୟୁନୁସ୍‌ ସରକାରଙ୍କୁ ବଅଗତ କରିବେ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.4 ° C
    28.4 °
    28.4 °
    73 %
    1.8kmh
    62 %
    Fri
    29 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ