Friday, October 16, 2026
28.4 C
Odisha

    ୟେମେନରେ ହୁତିଙ୍କ ଆକ୍ରମଣ, ୨ ସୁରକ୍ଷାକର୍ମୀ ମୃତ ଓ ୬ ଆହତ

    ଆଗକୁ ପଢନ୍ତୁ

    ୟେମେନ : ୟେମେନରେ ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସାଉଦି ଆରବର ତୈଳ ପ୍ରତିଷ୍ଠାନ ଓ ବିମାନବନ୍ଦରକୁ ଟାର୍ଗେଟ୍ କରି ଆକ୍ରମଣ କରିଥିବା ହୁତି ବିଦ୍ରୋହୀ ଦାବି କରୁଥିବା ବେଳେ, ଅନ୍ୟପଟେ ୟେମେନର ଅଦନ ସ୍ଥିତ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଦୁଇଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଅଞ୍ଚଳରେ ସୁରକ୍ଷା ଚିନ୍ତା ବଢ଼ିଛି ।

    ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ହୁତି ବାହିନୀ ୟେମେନର ଅଦନ ସ୍ଥିତ ଅଲ୍‌-ମଆଶିକ୍ ରାଷ୍ଟ୍ରପତି ଭବନକୁ ଟାର୍ଗେଟ୍ କରିଥିଲା । ଏହି ଘଟଣା ପରେ ୟେମେନର ଯୁବ ମନ୍ତ୍ରୀ ନାଏଫ୍ ସାଲେହ ଅଲ୍‌-ବକ୍ରି କହିଛନ୍ତି ଯେ, ଅଦନରେ ଉପସ୍ଥିତ ଥିବା କ୍ୟାବିନେଟ୍‌ର ସମସ୍ତ ମନ୍ତ୍ରୀ ସୁରକ୍ଷିତ ଅଛନ୍ତି । ଆକ୍ରମଣ ସତ୍ତ୍ୱେ ସରକାରଙ୍କ ସଦସ୍ୟମାନେ ସହର ଛାଡ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

    ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି, ଯେତେବେଳେ ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ସାମରିକ ଉତ୍ତେଜନା ବଢ଼ିବାରେ ଲାଗିଛି । ଏହାର ଗୋଟିଏ ଦିନ ପୂର୍ବରୁ ହୁତି ବିଦ୍ରୋହୀମାନେ ସାଉଦି ଆରବର ଶକ୍ତି ପ୍ରତିଷ୍ଠାନ ଏବଂ ରିୟାଦ ସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍ କରିଥିବା ଦାବି କରିଥିଲେ । ବୁଧବାର ହୁତି ସାମରିକ ମୁଖପାତ୍ର ୟାହ୍ୟା ସରି ଦାବି କରିଥିଲେ ଯେ, ବାଲିଷ୍ଟିକ୍ ମିସାଇଲ୍, କ୍ରୁଜ୍ ମିସାଇଲ୍ ଏବଂ ଡ୍ରୋନ୍ ସାହାଯ୍ୟରେ ସାଉଦି ଆରବର ଏକାଧିକ ସ୍ଥାନରେ ଆକ୍ରମଣ କରାଯାଇଛି ।

    ଏକ୍ସରେ ଜାରି ବିବୃତି ଅନୁଯାୟୀ, ସାଉଦି ଆରବର ପୂର୍ବ ପ୍ରଦେଶରେ ଥିବା ସାଉଦି ଆରାମକୋର ପ୍ରତିଷ୍ଠାନ, ରାସ୍ ତନୁରା ତୈଳ ବିଶୋଧନାଗାର ଏବଂ ରିୟାଦର କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଥିଲା । ଏହି ଆକ୍ରମଣରେ ଟାର୍ଗେଟ୍ କରାଯାଇଥିବା ସ୍ଥାନଗୁଡ଼ିକରେ କ୍ଷୟକ୍ଷତି ହେବା ସହ ନିଆଁ ଲାଗିଥିବା ହୁତି ମୁଖପାତ୍ର ଦାବି କରିଛନ୍ତି। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ ହୋଇପାରିନାହିଁ ।

    ଅନ୍ୟପଟେ, ସାଉଦି ଆରବର ତୈଳ ପ୍ରତିଷ୍ଠାନ, ରାସ୍‌ ତନୁରା ରିଫାଇନାରୀ ଓ ରିୟାଦର କିଙ୍ଗ୍‌ ଖାଲିଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ୍‌ କରି ଆକ୍ରମଣ କରିଥିବା ହୁତି ବିଦ୍ରୋହୀ ଦାବି କରିଛନ୍ତି । ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ ହୋଇନାହିଁ । ସେପଟେ, ସାଉଦି ନେତୃତ୍ୱାଧୀନ ମେଣ୍ଟ ଦୁଇଟି ବାଲିଷ୍ଟିକ୍‌ ମିସାଇଲ୍‌ ଓ ତିନୋଟି ଡ୍ରୋନ୍‌କୁ ନିଷ୍କ୍ରିୟ କରିଥିବା ଦାବି କରିଛି । ଲଗାତାର ସାମରିକ ଉତ୍ତେଜନା ଯୋଗୁଁ ଆଞ୍ଚଳିକ ସୁରକ୍ଷା, ତୈଳ ଯୋଗାଣ ଓ ଲୋହିତ ସାଗରରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟକୁ ନେଇ ଚିନ୍ତା ବଢ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ