ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏସିଆନ ଗେମ୍ସ ବିଜେତାଙ୍କୁ ଭେଟି ଦେଶର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏସିଆନ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଫେରିଥିବା ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା କେବଳ ଖେଳାଳିମାନଙ୍କ ନୁହେଁ ବରଂ ୧୪୦ କୋଟି ଭାରତବାସୀଙ୍କର । ପଦକ ବିଜେତାଙ୍କ ଯୋଗୁ ଦେଶ ଆଜି ନୂଆ ଇତିହାସ ରଚିଛି । ମୋଟ ୮୫ ପଦକ ଜିତି ଭାରତ ଚଳିତ ଏସିଆନ ଗେମ୍ସରେ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିଛି ।
ଏଥିରେ ପଦକ ବିଜେତାଙ୍କ ଅବଦାନ ଓ ଭୂମିକା ଉଲ୍ଲେଖନୀୟ ବୋଲି ମୋଦି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ । ମହିଳା ଖେଳାଳିମାନେ ୧୧ଟି ସ୍ଵର୍ଣ୍ଣ ସହ ମୋଟ ୩୮ଟି ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । କାର୍ଯ୍ୟକ୍ରମରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ଦସ୍ତଖତ ଥିବା ଜର୍ସି ଓ ପ୍ରତିଭାବାନ ତୀରନ୍ଦାଜ କୁମକୁମ ମୋହୋଦଙ୍କ ବ୍ୟବହୃତ ଏକ ଧନୁ ଉପହାର ଦେଇଥିଲେ । କାର୍ଯ୍ୟକ୍ରମରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର ଦସ୍ତଖତ ଥିବା ଜର୍ସି ଓ ପ୍ରତିଭାବାନ ତୀରନ୍ଦାଜ କୁମକୁମ ମୋହୋଦଙ୍କ ବ୍ୟବହୃତ ଏକ ଧନୁ ଉପହାର ଦେଇଥିଲେ ।
