Friday, March 20, 2026
21 C
Odisha

    ବାସ୍ତୁ ଶାସ୍ତ୍ର ଅନୁସାରେ ରୁମାଲ ମାଗିବା ମନା କାହିଁକି

    ଆଗକୁ ପଢନ୍ତୁ

    ଶାସ୍ତ୍ରପୁରାଣ ଏବଂ ବାସ୍ତୁଶାସ୍ତ୍ରରେ ଏପରି ଅନେକ ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ଅନୁସରଣ କରି ଜୀବନରେ ଆସୁଥିବା ବାଧାବିଘ୍ନକୁ ଦୂର କରିହେବ। ଏହି କ୍ରମରେ ଏମିତି କିଛି ଜିନିଷ ଅଛି, ଯାହାକୁ ଲୋକମାନେ ସାଧାରଣ ମନେ କରି ପରସ୍ପରକୁ ଦେଇଥାନ୍ତି। ନିତିଦିନିଆ ଚଳଣିରେ ଯଦି କେତେବେଳେ ଲୁଣ ବା ଦହିର ଅଭାବ ହୁଏ ଏବଂ କିଣିବା ପାଇଁ ସମୟ ନଥାଏ, ଏହାକୁ ଆମେ ପଡ଼ୋଶୀ ଘରୁ ନେଇ ଆସୁ। କିନ୍ତୁ ଏସବୁକୁ ମାଗି ଆଣିବା ଦ୍ବାରା ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନରେ ସିଧାସଳଖ ପଡ଼ିଥାଏ। ଏଭଳି ୫ଟି ଜିନିଷ ରହିଛି, ଯାହାକୁ କେବେ ମଧ୍ୟ ମାଗିବା ଉଚିତ ନୁହେଁ।

    ରାଶି : ମାଗଣାରେ ରାଶି ନେବା କିମ୍ବା ଦେବା ଅଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ରାଶିର ସମ୍ପର୍କ ରାହୁ କେତୁ ସହ ଶନିଦେବଙ୍କ ସହିତ ରହିଥାଏ। ତେଣୁ ବିନା ଅର୍ଥରେ ରାଶି ଆଦାନ ପ୍ରଦାନ କରିବା ଦ୍ବାରା ଅଯଥା ଖର୍ଚ୍ଚ ବଢ଼ିଯାଏ। ବିଶେଷକରି ଶନିବାର ଦିନ ଏହା କରିବା ଉଚିତ ନୁହେଁ।

    ଲୁଣ : ପ୍ରାୟତଃ ସମସ୍ତେ ପଡ଼ୋଶୀଙ୍କଠାରୁ ଲୁଣ ମାଗି ଆଣିଥାନ୍ତି। ବାସ୍ତୁ ଅନୁଯାୟୀ, ଯଦି ଲୁଣ ସରିଯାଇଛି, ତାହେଲେ ମାହାଳିଆ ଲୁଣ ନେବା ଏବଂ ଦେବା ଉଚିତ ନୁହେଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଶନିବେଦଙ୍କ ସହିତ ଲୁଣର ସମ୍ପର୍କ ଅଛି। ତେଣୁ ଲୁଣ ଦାନ କଲେ ଶନିଦେବ ରୁଷ୍ଟ ହୋଇଥାନ୍ତି ଏବଂ ଏହାଦ୍ବାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ଆର୍ଥିକ ଅନଟନ ଦେଖାଯାଏ। ବ୍ୟକ୍ତି ଧାରକରଜରେ ବୁଡ଼ିଯାଏ।

    ଦହି: ପ୍ରାୟତଃ ଦହି ବସାଇବା ପାଇଁ ଆମ ପଡ଼ୋଶୀଙ୍କଠାରୁ ଦହି ମାଗି ଆଣିଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଉଚିତ ନୁହେଁ। ଏହାଦ୍ବାରା ଦହି ନେଉଥିବା ଏବଂ ଦେଉଥିବା ଲୋକଙ୍କ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ, ଅର୍ଥ ହାନି ହେବା ଆଶଙ୍କା ଥାଏ।

    ରୁମାଲ୍‌ : ବାସ୍ତୁ ଅନୁଯାୟୀ, କାହାଠାରୁ ମାଗଣାରେ ରୁମାଲ୍‌ ନେବା ମଧ୍ୟ ଅନୁଚିତ। ଏଭଳି କରିବା ଦ୍ବାରା ଘରେ କଳି ଝଗଡ଼ାର ପରିବେଶ ସୃଷ୍ଟି ହେବା ସହିତ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଉପହାରରେ ମଧ୍ୟ କାହାକୁ ରୁମାଲ୍‌ ଦେବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ସମ୍ପର୍କରେ ଦୂରତା ବଢ଼ିଥାଏ।

    ଦିଆସିଲି : ବାସ୍ତୁ ଅନୁଯାୟୀ, ମାଗଣାରେ ଦିଆସିଲି ଦେବା ବା ଗ୍ରହଣ କରିବା ଉଚିତ ନୁହେଁ। କାରଣ ଦିଆସିଲିର ସମ୍ପର୍କ ଅଗ୍ନି ସହିତ ରହିଛି। ଏଭଳି କରିବା ଦ୍ବାରା ଶାନ୍ତିଭଙ୍ଗ ହୋଇଥାଏ। ବିଭିନ୍ନ ସମସ୍ୟା ଆସିବା ସହ ପ୍ରିୟ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ