Sunday, April 28, 2024
30.5 C
Odisha

    ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଏ ନେଇ ମିଳିଛି ସଙ୍କେତ । ଲଗାତାର ୨୨ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଅଶୋଧିତ ତୈଳ ଦର କମ ଥିବା ସହ ଅୟଲ କମ୍ପାନୀ ଅପର୍ଯ୍ୟାପ୍ତ ଲାଭ କରିଥିଲେ ବି ଲୋକଙ୍କ ପାଇଁ ଶସ୍ତା କରିନାହାନ୍ତି । ଲାଭ ପରିମାଣ ଦେଖିଲେ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତ କରିବା ପାଇଁ ବେସ୍ ମୂଲ୍ୟରେ ହ୍ରାସ କରିବାକୁ ହୋଇଛି ଦାବି। ସିଲିଣ୍ଡର ପିଛା ୧୦୦ ଟଙ୍କା କମିଲା ରନ୍ଧନ ଗ୍ୟାସ । ହେଲେ ୨୨ ମାସ ଧରି କମିନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତା’ ପୂର୍ବରୁ ଲିଟର ପିଛା କେନ୍ଦ୍ର ସରକାର ଓ ତୈଳ ବିପଣନ କମ୍ପାନୀ ୫ରୁ ୭ ଟଙ୍କା ହ୍ରାସ କରିପାରନ୍ତି । ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଯୋଗୁ ମୁଦ୍ରାସ୍ଫୀତି ଓ ଖାଦ୍ୟ ସାମଗ୍ରୀ ଦର ଚଢା ରହୁଛି । ଦର କମିବା ନେଇ ପେଟ୍ରୋଲିୟମ୍ ଓ ଡିଲର୍ସ ଆସୋସିଏସନ୍ ଆଶା ରଖିଛି । ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବ୍ରୁଆରୀ ଭିତରେ ଅଶୋଧିତ ତୈଳ ଦର କମ୍ ଥିଲା । ସେ ସମୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଲକ୍ଷାଧିକ କୋଟି ଲାଭ କଲେ । ଅଥଚ ଖୁଚୁରା ଦର କମାଇନାହାନ୍ତି । ଡାଇନାମିକ ପ୍ରାଇସ୍ ମେକାନିଜିମ୍‌କୁ ଅଚଳ କରିଦିଆଯାଇଛି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୮୩ ଡଲାର ରହିଛି । ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଦେବା ପାଇଁ ଦର କମ୍ କରିବାର ସ୍ଥିତି ଅନୁକୂଳ ରହିଛି। ଉତ୍ପାଦ ଶୁଳ୍କ ନ କମାଇ ପେଟ୍ରୋଲ ଓ ଡିଜେଲ ବେସ୍ ମୂଲ୍ୟରେ ତୈଳ ବିପଣନ କମ୍ପାନୀ ଦର ହ୍ରାସ କରିବେ ବୋଲି ମତ ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    28 %
    1.6kmh
    0 %
    Sat
    30 °
    Sun
    43 °
    Mon
    43 °
    Tue
    44 °
    Wed
    45 °

    ସମ୍ବନ୍ଧିତ